ସୁନ୍ଦରଗଡ଼ ତା:୩୧/୦୧/୨୦୨୪( ସନ୍ଧାନ ନିଉଜ/ ରାଜୁ ପଟେଲ) ଶିକ୍ଷାକୁ ନେଇ ରାଜ୍ୟ ସରକାର ସବୁସମୟରେ ଗୁରୁତ୍ୱ ଦେଇଆସୁଛନ୍ତି ।ଏହି ପ୍ରିପେକ୍ଷିରେ ରାଜ୍ୟରେ ୧୦ଟି ଶିକ୍ଷାକେନ୍ଦ୍ରକୁ ଶ୍ରେଷ୍ଠ ମାନ୍ୟତା ଦେବାର ସ୍ଥରୀକୃତ କରିଥିବାବେଳେ ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ଗିରିଙ୍ଗକେଲା ପଂଚାୟତର କେଶବ ଚନ୍ଦ୍ର ପୃସେଠ ପଂଚାୟତ ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇଛି । ଏଥିପାଇଁ ଗିରିଙ୍ଗକେଲା ପଞ୍ଚାୟତ ବିଦ୍ୟାଳୟ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ସ୍ଥରୀକୃତ ହୋଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ବୁଧବାର ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପୁରଷ୍କୃତ କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ୧୦ଟି ବିଦ୍ୟାଳୟ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲା ଏକମାତ୍ର ବିଦ୍ୟାଳୟ ଭାବେ ଗିରିଙ୍ଗକେଲା ପୁରସ୍କୃତ ହେବା ନେଇ ଜିଲ୍ଲା ଶିକ୍ଷା ବିଭାଗ ତଥା ଅଞ୍ଚଳର ଶିକ୍ଷା ପ୍ରେମୀ ଉତ୍ସାହିତଥିବା ଜଣାପଡିଛି
ଶିକ୍ଷାର ଅମୁଲ୍ୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର- ଉଚ୍ଚ ବିଦ୍ୟାଳୟ ଗିରିଙ୍ଗକେଲା
|
February 1, 2024 |