ଶିକ୍ଷାବିତ୍ ମନମୋହନ ଦାସଙ୍କ ପରଲୋକ

Spread the love

ବାରିପଦା, ୨୪.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):-  ଶିକ୍ଷାବିତ୍ ମନମୋହନ ଦାସଙ୍କ ୯୦ ବର୍ଷ ବୟସରେ ମୃତ୍ୟୁ ହୋଇ ଯାଇଛି । ସେ ଦୀର୍ଘଦିନରୁ ବାଦ୍ଧକ୍ୟ ଜନିତ କାରଣରୁ ବିଭିନ୍ନ ରୋଗରେ ପୀଡିତ ଥାଇ ଶଯ୍ୟାଶାୟୀ ଥିଲେ । ଶନିବାର ଅପରାହ୍ନ ୩ଟା ୪୦ମିନିଟରେ ସ୍ଥାନୀୟ ଗୋଲାପ ବାଗ ବାସଭବନର ତାଙ୍କର ଦେହାନ୍ତ ହେବା ପରେ ଚାରିଆଡେ ଶୋକର ଛାୟା ଖଳିଯାଇଛି । ଜଣେ ବତ୍ସଳ ଅଧ୍ୟାପକ ଭାବେ ସେ ଛାତ୍ରମାନଙ୍କ ଗହଣରେ ଅଗ୍ରପୂଜ୍ୟ ଥିଲେ ଭଦ୍ରକ କଲେଜରୁ ସେ ତାଙ୍କର ଚାକିରି ଜୀବନ ଆରମ୍ଭ କରିଥିବା ବଳେ ଖଲିକୋଟ କଲେଜରେ ଅଳ୍ପ ସମୟ ପାଇଁ ଅଧାପନା କରିଥିଲେ । ତାଙ୍କର ଚାକିରି ଜୀବନର ସର୍ବାଧିକ ସମୟ ବାରିପଦା ଏମପିସି କଲେଜରେ କଟିଥିଲା । ୧୯୭୨ ମସିହାରୁ ୧୯୯୧ ମସିହା ଯାଏଁ ସେ ଏମପିସି କଲେଜରେ ଅଧ୍ୟାପନା କରିଥିଲେ । ତାଙ୍କର ହଜାର ହଜାର ଛାତ୍ର ରହିଥିବା ବେଳେ ସେ ୧୯୯୧ ମସିହାରେ ଅର୍ଥନୀତି ବିଭାଗର ପ୍ରାଧାପକ ଭାବେ ଅବସର ଗ୍ରହଣ କରିଥିଲେ । ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ସିନେଟ ଏବଂ ସିଣ୍ଡିକେଟ ମେମ୍ବର ଥିବା ବେଳେ ବୈତରଣୀ ଗ୍ରାମ୍ୟ ବାଙ୍କର ନିର୍ଦ୍ଦେଶକ ଦାୟିତ୍ବରେ ୩ବର୍ଷ ରହିଥିଲେ । କଳା ସାହିତ୍ୟ ସଂସ୍କୃତି ପ୍ରତି ତାଙ୍କର ଗଭୀର ରୁଚି ଥିବା ବେଳେ ଉତ୍କଳ ସମ୍ମିଳନୀ ମୟୁରଭଞ୍ଜ ଶାଖାର ସେ  ଉପସଭାପତି ଥିଲେ । ଶ୍ରୀମା ମହିଳା‌ମହା ବିଦ୍ୟାଳୟର ପରିଚାଳନା କମିଟିର ଫାଉଣ୍ଡାର ସଦସ୍ୟ ଥିଲା ବଳେ ବାରିପଦା ସତ୍ୟସାଇ ସ୍କୁଲର ପରିଚାଳନା ମଣ୍ଡଳୀର ମଧ୍ୟ ସଦସ୍ୟ ଥିଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସେ ସଭାପତି ପଦ ମଧ୍ୟ ଅଳକୃତ କରିଥିଲେ । ମୟୂରଭଞ୍ଜ ଛଉ ନୃତ୍ୟ ସଂପର୍କରେ ତାଙ୍କର ପ୍ରବେଶ ଥିବା ବଳେ ମୟୂରଭଞ୍ଜର ଆର୍ଥନୀତିକ ସ୍ଥିତି ଓ ପରିସ୍ଥିତି ବାବଦରେ ତାଙ୍କର ଗଭୀର ଜ୍ଞାନ ରହିଥିଲା । ସେ ଜଣେ ଅତି ସାଧାରଣ ତଥା ଅମାୟିକଭଦ୍ରଲୋକ ଭାବେ ସବୁଠି ପରିଚିତ ଥିଲେ । ତାଙ୍କର ୨ ପୁଅ, ପୁତ୍ରବଧୂ ୩ଝିଅ ଜ୍ବାଇଁ ଏବଂ ନାତୀ ନାତୁଣୀ ଅଛନ୍ତି । ବଡପୁଅ ଲଲାଟେନ୍ଦୁ ଦାସ ଏସବିଆଇ ବ୍ୟାଙ୍କରୁ ଅବସର ନେଇଥିବା ବଳେ ସାନପୁଅ ଶୁଭେନ୍ଦୁ ଦାସ ବମାନ ବାଇଗଣ ବାଡିଆ କଲେଜରେ ପ୍ରାଧ୍ୟାପକ ଅଛନ୍ତି । ଏଥି ସହିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି ।

Related Posts

About The Author

Add Comment