ଶିକ୍ଷାନଗରୀ ରାଉରକେଲାରେ ବିଦ୍ୟାଥ୍ରୀ ପ୍ରସ୍ତୁତ : ଫେବ୍ରୁଆରି ୨୨ରୁ ମାଟ୍ରିକ୍ ପରୀକ୍ଷା

Spread the love

ରାଉରକେଲା,୧୭/୧୨ (ସନ୍ଧାନ ନିଉଜ) ଚଳିତ ବର୍ଷର ହାଇସ୍କୁଲ ସାର୍ଟି‌ଫ‌ିକେଟ୍ ପରୀକ୍ଷା (ମାଟ୍ରିକ୍-୨୦୨୦) ଆସନ୍ତା ଫେବ୍ରୁଆରି ୨୨ତାରିଖରୁ ଆରମ୍ଭ ହେବ । ପରୀକ୍ଷାକୁ ନେଇ ଶିକ୍ଷାନଗରୀ ରାଉରକେଲାରେ ବିଦ୍ୟାଥ୍ରୀ ପ୍ରସୁତ ରହିଛନ୍ତି ବୋଲି ଖବର ମିଳିଛି ।   ଏ ସଂକ୍ରାନ୍ତରେ‌ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପରୀକ୍ଷା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ମାଟ୍ରିକ୍ ପରୀକ୍ଷା ସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫ‌ିକେଟ୍ ପରୀକ୍ଷା ଏକକାଳୀନ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତବର୍ଷ ନୂତନ ଢାଞ୍ଚ‌ାରେ ମାଟ୍ରିକ୍ ପରୀକ୍ଷା କରାଯାଉ ଥିବାରୁ ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରାଯିବାକୁ ବୋର୍ଡ ପକ୍ଷରୁ ଯଥା ସମ୍ଭବ ସତର୍କତା ପାଇଁ ନକ୍‌ସା ତିଆରି ଚାଲିଛି ।

 

Report by Subodh Nayak

Related Posts

About The Author

Add Comment