ଶାସକ ଓ ପ୍ରଶାସକଙ୍କ ଲୋଲୁପ ଦୃଷ୍ଟିରେ ଆଙ୍କୁଲା ଗ୍ରାମ

Spread the love

ଯାଜପୁର, ୨୭/୦୬(ସନ୍ଧାନ ନିଉଜ)- ସମ୍ପ୍ରତି ଯାଜପୁର ଜିଲ୍ଲା ହେଡ଼କ୍ୱାର୍ଟର ସଂଲଗ୍ନ ଆଙ୍କୁଲା ଗ୍ରାମ । ଏହାର ଜନସଂଖ୍ୟା ୨୦୦୦ ଓ ଘରସଂଖ୍ୟା ୫୦୦ ହେବ । ଏହି ଗ୍ରାମରେ ଗୋଟିଏ ହାଇସ୍କୁଲ୍‌, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ “ଲ” କଲେଜ ଅବସ୍ଥିତ । ଅନେକ ପୌରାଣିକ ମନ୍ଦିର ସ ମସ୍‌ଜିଦ୍ ଅଛି । ଏହି ଗ୍ରାମରେ ବ୍ରାହ୍ମଣ, ହରିଜନ, ଆଦିବାସୀ ଓ ମୁସଲ୍‌ମାନ ସମ୍ପ୍ରଦାୟର ଅଧିବାସୀ ବସବାସ କରନ୍ତି । ୧. ପ୍ରଥମେ ଏହି ଗ୍ରାମମୁଣ୍ଡରେ ବସ୍‌ଷ୍ଟାଣ୍ଡ ହେବା ପାଇଁ ଜମି ଅଧିଗ୍ରହଣ କରାଗଲା କିନ୍ତୁ ଏ ପର୍ଯ୍ୟନ୍ତ ବସ୍‌ଷ୍ଟାଣ୍ଡ ଚାଲୁହୋଇନାହିଁ । ୨. ଦ୍ୱିତୀୟରେ ମେଡ଼ିକାଲ୍ କଲେଜପାଇଁ ଏହି ଗ୍ରାମର ଜମି ଅଧିଗ୍ରହଣ କରାଗଲା । ଏପରିକି ଗ୍ରାମ୍ୟରାସ୍ତା ଅବରୋଧ କରାଗଲା । ଜନସାଧାରଣ ପ୍ରତିବାଦ କଲେ ସୁଦ୍ଧା ଶୁଣିଲେ ନାହିଁ । ୩. ତୃତୀୟରେ କେନାଲ୍ ବାମପାଶ୍ୱର୍ର ବନ୍ଧ ଓସାର କରାଗଲା । ପୁନଶ୍ଚ ଆହୁରି ୪ଥାକିଆ ରାସ୍ତା ଓସାର କରିବା ପାଇଁ ୧୫୦ଫୁଟ୍ ନେବା ପାଇଁ ମସୁଧା କରାଯାଉଛି । ଏଥିରେ ୨୦ଟି ଘର ପରିବାର ବେଘର ହୋଇଯିବାର ଆଶଙ୍କା ଅଛି । ୪. ଚତୁର୍ଥରେ ରେଡ଼କ୍ରସ ଛକ ଠାରୁ ମକେଇପୁର ଛକ ପର୍ଯ୍ୟନ୍ତ ରାସ୍ତା ୪ଥାକିଆ କରିବା ପାଇଁ ଜମି ଅଧିଗ୍ରହଣ ପ୍ରକିୟା ଚାଲୁଅଛି । ଏଥିରେ ୨୪ଟି ଘର ପରିବାର ବେଘର ହୋଇଯିବେ । ୫. ପଂଚମରେ ଆଙ୍କୁଲା ଛକଠାରୁ ଅବଦଲପୁର ରାସ୍ତା ୪ଥାକିଆ କରିବା ପାଇଁ ଜମି ଅଧିଗ୍ରହଣର ନୋଟିସ୍ ଲାଗିଛି । ଏଥିରେ ୪ଟି ପରିବାର ବେଘର ହୋଇଯିବ । ୬. ଷଷ୍ଠରେ ଜାତୀୟ ରାଜପଥ ୨୦ନମ୍ବର ସମ୍ପ୍ରସାରଣରେ ପୂର୍ତ ବିଭାଗ ଠାରୁ ମାନସାପୋଲ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ହେଉଅଛି । ଏଥିରେ ଆଙ୍କୁଲା ମୌଜାର ଜମି ଚାଲିଯିବ । ଏହି ପରିପ୍ରେକ୍ଷୀରେ ସମୁଦାୟ ଆଙ୍କୁଲା ମୌଜାର ୫୦ଘର ପରିବାର ବେଘର ହୋଇଯିବେ । ଯାହାଙ୍କର ଆଉ କୌଣସି ଜମି ଜମା ନାହିଁ । ସମ୍ପ୍ରସାରଣ କାର୍ଯ୍ୟକୁ ଦେଖିଲେ କେନାଲ୍ ପାଶ୍ୱର୍ ବନ୍ଧ ପାଇଁ ପୂର୍ବରୁ ଜଳସେଚନ ବିଭାଗ ତରଫରୁ ଯେତିକି ଜମି ଅଧିଗ୍ରହଣ ହୋଇଛି ଅନ୍ୟୁନ (୫୦ଫୁଟ୍‌) ସେଥିରେ ସମ୍ପ୍ରସାରଣ ହେଲେ କାହାର କିଛି ଅସୁବିଧା ହେବ ନାହିଁ । ସେହିପରି ରେଡ଼କ୍ରସ ଛକ ଠାରୁ ମକେଇପୁର ରାସ୍ତା ବର୍ତମାନ ୨ଥାକିଆ ଅଛି । ତାହାକୁ ସମ୍ପ୍ରସାରଣ କରି ଭଲଭାବରେ ୨ଥାକିଆ ରାସ୍ତା ହୋଇପାରିବ । ଏପଟେ ଆଙ୍କୁଲା ଛକ ଠାରୁ ଅବଦଲପୁର ରାସ୍ତା ୨ଥାକିଆ କରାଗଲେ ବିଶେଷ ପ୍ରଭାବିତ ହେବନାହିଁ । ଏଣୁ ଆଙ୍କୁଲା ଗ୍ରାମ ପତି ଉଭୟ ଶାସକ ଓ ପ୍ରଶାସକଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିବାରୁ ଗ୍ରାମର ଅବସ୍ଥିତି ସଙ୍କୋଚିତ ହେବ ବୋଲି ଜିଲ୍ଲା ଉପଭୋକ୍ତା ସମିତିର ସଭାପତି ବରିଷ୍ଠ କଂଗ୍ରେସ୍ ନେତା ଦିଗାମ୍ବର କର ଅଭିଯୋଗ କରିଛନ୍ତି ।

Related Posts

About The Author

Add Comment