ବଲାଙ୍ଗିର, ୧୪/୧୦ (ସନ୍ଧାନ ନିଉଜ୍) ବଲା ଙ୍ଗିର ଜିଲ୍ଲା ତୁରେକେଲା ଥାନା ମହଖଣ୍ଡ ପଞ୍ଚlୟତର ଗଡ଼ିଆଯୋର ଗାଁର ନୀଳକଣ୍ଠ କଟା ଓ ସ୍ତ୍ରୀ ଶାନ୍ତି କଟାଙ୍କ ମୃତ ଦେହ ଏକ ଶାଗୁଆନ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା l ଖବର ପାଇ ଘଟଣା ସ୍ଥଳରେ ତୁରେକେଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଗତକାଲି ଦିନ ପ୍ରୟ୧୧ ଟା ସମୟରେ ଭାଲୁମୁଣ୍ଡା ଗାଁକୁ ବ୍ୟାଙ୍କ କାମ ଥିବା କହି ନୀଳକଣ୍ଠ ଘରୁ ବାହାରିଥିଲେ l କିନ୍ତୁ ଆଉ ଘରକୁ ଫେରିନଥିଲେ l ଏକ ଶାଗୁଆନ ଗଛରେ ସ୍ତ୍ରୀର ଶାଢୀରେ ଦୁହେଁ ଫାଶୀ ଲଗେଇ ଦେଇଥିଲେ ।ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ତୁରେକେଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା l ଉଭୟେ ନୀଳକଣ୍ଠ ଓ ଶାନ୍ତି ଗତ ତିନି ବର୍ଷ ତଳେ ପ୍ରେମ ବିବାହ କରିଥିବା ବେଳେ ତାଙ୍କର ଏକ ବର୍ଷର ଗୋଟିଏ ପୁତ୍ର ସନ୍ତାନ ଅଛି lଏବେ ମା ଓ ବାପାଙ୍କ ମୃତ୍ୟୁ ପରେ ଏକ ବର୍ଷର ପୁଅ ବେସାହାରା ହୋଇଥିବା ବେଳେ କଣ ପାଇଁ ଓ କାହିଁକି ଏକ ଶାଗୁଆନ ଗଛରେ ଦୁହିଁଙ୍କ ଝୁଲନ୍ତା ମୃତ ଦେହ ମିଳିଛି l ତାହା ଜଣା ପଡ଼ିନାହିଁ l ନୀଳକଣ୍ଠଙ୍କ ବାପା ଖୀରସିନ୍ଧୁ କଟା ଉଭୟଙ୍କ ମଧ୍ୟମରେ କିଛି କଥା କୁ ନେଇ ବଚସା ହୋଇଥିଲା ଓ ଦୁହେଁ ଆତ୍ମହତ୍ୟା କରିଥିବା କହିଛନ୍ତି l ସେପଟେ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l
ଶାଗୁଆନ ଗଛରୁ ସ୍ୱାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର: ଅନାଥ ହେଲା ଏକ ବର୍ଷର ଶିଶୁପୁତ୍ର
|
October 14, 2020 |