ଶଳାକୁ ମାଡ଼ ମାରି ଭିଣୋଇର ତୃତୀୟ ବିଭାହ

Spread the love

ଯାଜପୁର, ୧୧/୧୧ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିନ କାଟି ଦିଦିତ୍ ପୁର ଗ୍ରାମର ସେକ୍ ଅଜିମୁଦିଙ୍କ ଝିଅ ସଗିନା ବିବି ଙ୍କର ବିବାହ ଗତ ଫେବୁଆରୀ ଏକ ତାରିଖ ୨୦୧୭ ମସିହାରେ ରିଖରେ ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଲି ଗ୍ରାମର ଲାଲ୍ ଖାଁ ଙ୍କ ପୁଅ ଇମିରାର୍ଣ୍ଣଙ୍କ ସହିତ ବିବାହ ହୋଇଥିଲା । ବିବାହର କିଛିଦିନ ପରେ ସଗିନା ବିବି ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀଙ୍କର ଇମିରାର୍ଣ୍ଣଙ୍କର ଭାଉଜଙ୍କ ସହିତ ଖରାପ ସମ୍ପର୍କ ରହିଛି ବୋଲି । ସେ ପ୍ରତିବାଦ କରିବାରୁ ତାଙ୍କୁ ବହୁ ପ୍ରକାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲା ଓ କହୁ ଥିଲାକି ହଁ ମୋର ମୋ ଭାଉଜଙ୍କ ସହ ଖରାପ ସମ୍ପର୍କ ଅଛିବୋଲି ତୁ ଯଦିରହିବୁ ରହ ନହେଲେତୁ ତୋ ବାପଘରକୁ ଚାଲିଯା । ବିଚରା ସଗିନା ବାରମ୍ବାର କହିମଧ୍ୟ କୌଣସି ସୁଫଳ ମିଳିନଥିଲା  କଣବା ଅବା କରିଥାନ୍ତା ଗର୍ଭରେ ତାର ସାତମାସର ପିଲା ପେଟରେ ବଢୁଛି ଯନ୍ତ୍ରଣା କଷ୍ଟ ସହିନ ପାରି ବାଧ୍ୟ ହୋଇ ତାଙ୍କ ବାପାଙ୍କ ଘରକୁ ଆସିଥିଲେ ।  ବହୁଦିନ ଅପେକ୍ଷା କରି ଶେଷରେ ତାଙ୍କ ବାପ ଘର ଲୋକ ସଗିନାର ଶାଶୁ ଘରକୁ ବାରମ୍ବାର ଯାଇମଧ୍ୟ ସେ ନେବାକୁ ରାଜି ନଥିଲା ।ଶେଷରେ ବାଧ୍ୟ ହୋଇ ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଏଇ ଘଟଣାର ତର୍ଜମା କରି ସମାଧାନ କରିବେ ବୋଲି କହିଥିଲେ ।ହେଲେ ଦୀର୍ଘ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ପ୍ରକାର ସମାଧାନ ହୋଇନଥିଲା କି ତାଙ୍କର ତଲାକ ମଧ୍ୟ ହୋଇନଥିଲା ।ଆଜି ହଟାତ୍ ଜାଣିବାକୁ ପାଇଥିଲେ ଯେ ଇମିରାର୍ଣ୍ଣ ଆଉ ଗୋଟେ ବିବାହ କୋରେଇ ଥାନା ବାରଦାର କର୍ପୂଦିନଙ୍କ ଝିଅ ବେବିକୁ ବିବାହ କରିବାକୁ ଯାଉଛି ବୋଲି ସେ ଯାଇ ମଙ୍ଗଳପୁର ଥାନାରେ ଜଣାଇ ଥିଲେ ଥାନା ବାବୁ ତାଙ୍କୁ କହିଲେ ତୁମେ କୋରେଇ ଥାନାକୁ ଯାଅ ମୁ ଫୋନ କରି କହିଦେବି ଥାନାକୁ ।କୋରେଇ ଥାନାକୁ ଆସି ଏସମ୍ପର୍କରେ ଜଣାଇଲା ବେଳକୁ କୋରେଇ ପୋଲିସ କହିଲା କୀ ଆମେ କଣ କରିବୁ ତା ମନ ସେ ଯେତେଟା ବିବାହ କରିପାରିବ ଆମେ କିଛି କରିପାରିବୁ ନାହିଁ ତମେ ମାନେ ଏଠୁ ପଳାଅ ।ଶେଷରେ ବିବାହ ହେଉଥିବା ଜାଗାକୁ ତାଙ୍କର ଦୁଇ ଜଣ ଭାଇ କିଛି ତାଙ୍କର ଗ୍ରାମବାସୀ ଓ ବନ୍ଧୁ ମାନେ ବିବାହ କୁ ପ୍ରତିବାଦ କରିବାରୁ ସେମାନଙ୍କୁ ତରୁଆଲ ଭୁଜାଲି ଦେଖେଇ ମାଡ଼ ମାରି ତଡିଦେଇଥିଲେ । ଇମିରାର୍ଣ୍ଣର ଇଏ ତୃତୀୟ ବିବାହ ଥିଲା ପ୍ରଥମେ ସେ ବରୀ ବାଲିଆ ପାଳରେ  ବିବାହ କରିଥିଲେ ସେବୀ ତାଙ୍କ ଭାଉଜଙ୍କ ସହ ସମ୍ପର୍କ କୁ ନେଇ ପ୍ରତିବାଦ କରି ତଲାକ ନେଇଥିଲେ ।ସଗିନାର ଦୁଇ ବର୍ଷର ଝିଅ ଅଛି ସେ ତଲାକ ମଧ୍ୟ ନେଇ ନାହାନ୍ତି ଏଠି ପ୍ରଶ୍ନ ଉଠୁଛି ଯେ କୋରେଇ ଥାନା ପାଖରେ ହଣା କଟା ହୋଇ ଏଭଳି ଘଟଣା ଘଟି ଯାଉଛି ଅର୍ଥାତ ପୋଲିସ କହୁଛି ସିଏ ଯେତେ ବିବାହ କରିପାରିବ ଆମେ କଣ କରିବୁ ତାହେଲେ ଜଣେ ସାଧାରଣ ନାଗରିକ କାହାପାଖକୁ ଯିବ କାହାକୁ କହିବ ବୋଲି ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ହେଉଛି ।

Related Posts

About The Author

Add Comment