ଶରୀର ଅଙ୍ଗଦାନ ମହୋତ୍ସବ ଅଗଷ୍ଟ ୬ ତାରିଖରେ

Spread the love

ଜେନାପୁର, ୦୧/୮(ସନ୍ଧାନ ନ୍ୟୁଜ୍):ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ତଥା ମେଡ଼ିକାଲ ଅଫିସର ଡାକ୍ତର ନିହାର ରଞ୍ଜନ କର ଅଙ୍ଗଦାନ ଭଳି ଏକ ନିଆରା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସଚେତନ ନାଗରିକ ମଞ୍ଚର ସହଯୋଗ ରେ ଏହି କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୬ ତାରିଖରେ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ କରାଯାଇଛି। ସ୍ୱାସ୍ଥ୍ୟ ସେବା ,ରକ୍ତ ଦାନ ,ବୃକ୍ଷ ରୋପଣ, ପରେ ଅଙ୍ଗ ଦାନ କରି ଅନ୍ୟ କୁ ସାହାଯ୍ୟ କରିବା ଏବଂ ଜୀବନ ବଞ୍ଚାଈବା ଏହାର ମୂଳ ଲକ୍ଷ୍ୟ ରହିଛି। ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଅଙ୍ଗଦାନ ସମ୍ବନ୍ଧରେ ସଚେତନ କରିବା ସହିତ ନୂଆ ଅଙ୍ଗ ଦାତା ସୃଷ୍ଟି କରିବା ପାଇଁ ଗତ ଅପ୍ରେଲ ମାସ ୧୯ ତାରିଖରେ ଡାକ୍ତର କର ମର୍ଜିତାପୁର ହିଙ୍ଗୁଳା ଯାତ୍ରା ରେ ଏହି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ। ୪ ଦିନ ଧରି ଏହି ମେଳାରେ ପ୍ରାୟ ୨୪୭ ଜଣ ପୁରୁଷ ଏବଂ ମହିଳା ସ୍ୱଇଚ୍ଛାରେ ଅଙ୍ଗଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।ଏହା ପରେ ବିଭିନ୍ନ ବର୍ଗର ଲୋକମାନଙ୍କୁ ସାକ୍ଷାତ କରି ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରୟାସ କରିଥିଲେ। ଏଥି ନିମନ୍ତେ ଆସନ୍ତା ୬ ତାରିଖ ମଙ୍ଗଳବାର ଧର୍ମଶାଳା ବ୍ଲକ ମର୍ଜିତାପୁର କଲ୍ୟାଣ ମଣ୍ଡପ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ରେ ଭାରତ ଶରୀର ଏବଂ ଅଙ୍ଗଦାନ ସମିତି ର ଅଧ୍ୟକ୍ଷ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ଯୋଗ ଦେଇ ଅଙ୍ଗ ଦାତା ଙ୍କୁ ସ୍ୱୀକୃତି ଏବଂ ପ୍ରଶଂସା ପତ୍ର ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ଜଣେ ଅଙ୍ଗ ଦାତା ସାଜି ଅନ୍ୟ ର ଜୀବନ ବଞ୍ଚାଇବା ର ସୌଭାଗ୍ୟ ପ୍ରାପ୍ତି ହେବାକୁ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ମେଡ଼ିକାଲ ଅଫିସର ଡ଼ଃ ନିହାର ରଞ୍ଜନ କର ଏବଂ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସରୋଜକାନ୍ତ ବେହେରା ଅନୁରୋଧ କରିଛନ୍ତି।

Related Posts

About The Author

Add Comment