ଶବକୁ ମିଳିଲାନି କାନ୍ଧ ଏବଂ ଦାହ ହେବାକୁ ଅନୁମତି, ଟଲିରେ ଧରି ବୁଲୁଛନ୍ତି ୩ଜଣ ଲୋକ
ଶବକୁ ମିଳିଲାନି କାନ୍ଧ ଏବଂ ଦାହ ହେବାକୁ ଅନୁମତି, ଟଲିରେ ଧରି ବୁଲୁଛନ୍ତି ୩ଜଣ ଲୋକ
Manas Kumar Rout |
June 24, 2020 |
![](https://sandhannews.com/wp-content/uploads/2019/04/BREAKING-NEWS-SANDHAN.png)
ବାରିପଦା ୨୪ /୦୬ (ସନ୍ଧାନ ନିଉଜ) ଧନି ହେଉକି ଗରିବ ,ଜଣା ହେଉକି ଅଜଣା ସମ୍ନାନ ସହ ଦାହ ସରକାର କରାଯିବା ଉଚିତ । କିନ୍ତୁ ବାରିପଦା ସହରରେ ମନକୁ ଆନ୍ଦୋଳିତ କରିବା ଭଳି ଘଟଣା ଟିଏ ଘଟିଛି । ଜଣେ ଅସହାୟଃ ବୃଦ୍ଧ ମୃତ ଦେହକୁ କେହି କାନ୍ଧ ଦେଲେ ନାହିଁ । ତାର କେହି ସଂର୍ପକୀୟ ନଥିଲେ ପୌରପ୍ରଶାସନ ତାହାର ଦାହ ସରକାର କରିବା କଥା କିନ୍ତୁ ଏଠାରେ ତାହା ମଧ ଦେଖିବାକୁ ମିଳିଲା ନାହିଁ ସ୍ଥାନୀୟ ପୋଲିସ ପରାମର୍ଶରେ ମୃତ ଦେହକୁ ଟ୍ରଲିରେ ନେଇ ଜଙ୍ଗଲକୁ ପୋତିବାକୁ ନେଇଥିଲେ ୩ଜଣ ଲୋକ ଆଉ ଦୁଃଭାଗ୍ୟ ର ବିଷୟ ସ୍ଥାନୀୟ ଲୋକ ବାଧା ଦେବାରୁ ସେଠାରୁ ଫେରାଇ ଆଣି ରାଜପଥରେ ବୁଲିଥିଲେ କଣ କରିବେ କିଛି ଚିନ୍ତା କରିପାରି ନଥିଲେ ଶେଷରେ ଗଣ ମାଧମର ହସ୍ତକ୍ଷେପ ପରେ ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ସ୍ୱତନ୍ତ୍ର ଆମ୍ବୁଲାନ୍ସ ପଠାଇ ଶବକୁ ମସାଣୀ କୁ ନବା ସହ ଦାହ ସଂସ୍କାର କରାଇ ଥିଲେ । ସେତେ ବେଳେ ସମୟ ବହୁତ ବିତି ଯାଇଥିଲା । ଏ ଘଟଣାଟି ବେଶୀ ଦୂର ନୁହଁ ବାରିପଦା ପାଲବଣି ଅଞ୍ଚଳର ଧନୁ ସିଂ ଠାରେ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆଜକୁ ୬/୭ ବର୍ଷ ହେବା ଏଠାରେ ଏକ ଶୀତଳ ଭଣ୍ଡାରରେ ଧନୁ ସିଂ ଭୂତ ମୂଲିଆ ରୂପେ କାମ କରୁଥିଲା ନିଜର ଘର ନଥିବାରୁ ପାଲବଣୀ ଅଞ୍ଚଳର ସୁରଜ ସୋରେନ୍ଙ୍କ ପିଣ୍ଡାରେ ଆଶ୍ରୟ ନେଉଥିଲେ ୬/୭ ଦିନହେବ ଧନୁର ଦେହ ଅସୁସ୍ଥ ଥିଲା । ଆଜି ତାଙ୍କର ମୃତ ହେବା ପରେ , ପୋଲିସ ପୌରପ୍ରସାଶନକୁ ଖବର ଦେଇଥିଲେ ପୋଲିସ ମୃତ ଦେହକୁ ନେଇ ପୋତିଦେବା ପାଇଁ ପରାମର୍ଶ ଦେଇଥିଲେ ବୋଲି ସୁରଜ କହିଛନ୍ତି । ହେଲେ ମୃତ ଦେହ କେମିତି ନିଆଯିବ ସେ ସଂପର୍କରେ କିଛି କହିନଥିଲେ ୩ ଜଣ ବାଧ୍ୟ ହୋଇ ଏକ ଟ୍ରଲିରେ ଧନୁର ମୃତ ଦେହ କୁ ନେଇ ମଞ୍ଚା ବନ୍ଧା ଜଙ୍ଗଲ କୁ ନେଇ ଯାଇଥିଲେ । ସେଠାରେ ସ୍ଥାନୀୟ ଲୋକ ବିରୋଧ କରିବାରୁ ସେ ତିନି ଜଣ ସେଠାରୁ ନିରାସ ହୋଇ ଫେରିଥରଲେ । ୧୮ ନଂ ଜାତୀୟ ରାଜପଥରେ ଟ୍ରଲିରେ ସବ ଧରି ବୁଲୁ ଥିଲାବେଳେ ଗଣମାଧ୍ୟମ ପ୍ରତିନିଧି ଙ୍କ ନଜରରେ ଆସିଥିଲା ।
![](https://sandhannews.com/wp-content/uploads/2019/03/advt-sandhan-300x96.jpg)
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା
Related Posts
About The Author