ଶଙ୍ଖକ୍ଷେତ୍ରରେ ଭୁଶୁଡିଲା ଇନ୍ଦ୍ରଦ୍ୟୁମ୍ନ ପାଚେରୀ

Spread the love

ପୁରୀ, ୧୭/୯ (ସନ୍ଧାନ ନିୟୁଜ) ବିପଦରେ ପୁରୀର ପବିତ୍ର ଇନ୍ଦ୍ରଦ୍ୟୁମ୍ନ ପୋଖରୀ । ପୁରୀର ପବିତ୍ର ପଞ୍ଚୁତୀର୍ଥ ପୁଷ୍କରିଣୀ ମଧ୍ୟରୁ ଗୋଟିଏ ଏହି ଇନ୍ଦ୍ରଦ୍ୟୁମ୍ନର ସୁରକ୍ଷା ପାଚେରୀ ଭୁଶୁଡି ପଡିଛି । ସବୁବେଳେ ଗହଳି ରହିଥାଏ ଏହି ପୋଖରୀ କାର୍ତିକ ମାସ ହେଉ କିମ୍ବା ଅସ୍ତି ସମୁଦ୍ରରେ ବା ପୁରୀ ରେ ପକେଇ ସାରିଲା ପରେ ବୁଲିବାକୁ ଆସିଥାନ୍ତି ବା ମା ମାନେ ସେଥିପାଇଁ ପା ଚେରୀ କଡ ଦେଇ ଯାଇଥିବା ରାସ୍ତାରେ ଯାଅଆସ କରିବାକୁ ଲୋକେ ଡରୁଛନ୍ତି । ପୁଷ୍କରିଣୀର ପ୍ରବେଶପଥର ଅପର ପାଶ୍ୱର୍ରେ ଥିବା ୪ଫୁଟ୍ ଚଉଡାର ଏହି ସୁରକ୍ଷା ପାଚେରୀ ୨୦ଫୁଟ ଲମ୍ବ ଯାଏ ଭୁଶୁଡି ପଡିବା ପରେ ପାଚେରୀ କଡରେ ଥିବା ରାସ୍ତାରେ ମଧ୍ୟ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଛି । ଆଗରୁ ମଧ୍ୟ ପାଚେରୀ ଭୁଶୁଡି ପଡିଥିଲା । ତେଣୁ ପାଚେରୀ ପାର୍ଶ୍ୱରେ ଥିବା ବାସ ଗୃହ ମାନଙ୍କ ପ୍ରତି ବିପଦ ମାଡି ଆସିଛି |ତେବେ ତାହା ମରାମତି ହୋଇନଥିବା ବେଳେ ଏବେ ପୁଣି ପାଚେରୀ ଭୁଶୁଡିବା ନେଇ ପୁରୀବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Related Posts

About The Author

Add Comment