ଲୋପ ପାଇବ ପୁରାଣ ପ୍ରସିଦ୍ଧ ଯାଜପୁରର ସିଦ୍ଧେଶ୍ୱର ମନ୍ଦିର

Spread the love

ଯାଜପୁର ୩୧ ୨୯/୧୨ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ତଳିହା ଗ୍ରାମ ପଞ୍ଚାୟତ ସିଦ୍ଧେଶ୍ୱର ଗ୍ରାମର ବୈତରଣୀ ନଦୀ କୂଳରେ ପ୍ରାଚୀନ ସିଦ୍ଧେଶ୍ୱର ଶୈବପୀଠ ଅବସ୍ଥିତ।ଏହା ଗଙ୍ଗ ବଂଶର ରାଜତ୍ୱ କାଳରେ ନିର୍ମିତ ହୋଇଥିଲା ଚତୁର୍ଥ ନରସିଂହଙ୍କ ଶିଳା ଲେଖାରୁ ଜଣାପଡେ ପୌରାଣିକ ଦୁଷ୍ଟିର ଏହି ମନ୍ଦିର ପ୍ରତିଷ୍ଠାର ଅନେକ ଗୁରୁତ୍ୱ ଥିବା ବିଶ୍ୱାସ କରାଯାଏ। ପୁରାତନ ଉତ୍କଳର ପ୍ରାଚୀନ ରାଜଧାନୀ ବିରଜା କ୍ଷେତ୍ର ଯାଜପୁର ଅଦୁର ଉପକଣ୍ଠରେ ସ୍ୱୟଂ ସ୍ଵାଂଶ ବ୍ରହ୍ମାଙ୍କ ର ଦ୍ବାରା ସୁଷ୍ଟି ମହାନ ଶୈବପୀଠ ସିଦ୍ଧେଶ୍ୱର ଭଗବାନ ଙ୍କ ପବିତ୍ର ପୀଠ ସ୍ଥଳୀ ।ଏଠାରେ ବିଷ୍ଣୁ ଶିବଙ୍କୁ ଆରଧନା କରି ସିଦ୍ଧିଲାଭ କରିଥିବାରୁ ପରବର୍ତ୍ତୀ କାଳରେ ସେ ବିଶ୍ଵକର୍ମାଙ୍କ ଦ୍ଵାରା ସିଦ୍ଧେଶ୍ୱର ମୂର୍ତ୍ତି ସ୍ଥାପନ କରିଥିବାରୁ ପରବର୍ତ୍ତୀ କାଳରେ ସେ ବିଶ୍ୱକର୍ମା ଙ୍କ ଦ୍ଵାରା ସିଦ୍ଧେଶ୍ୱର ମୂର୍ତ୍ତି ସ୍ଥାପନ କରିଥିବା(ବ୍ରହ୍ମାଣ୍ଡ ପୁରାଣ)ରେ ଉଲ୍ଲେଖୀତ।ଅନ୍ୟ ଏକ ମତ ଅନୁସାରେ ସିଦ୍ଧେଶ୍ୱର ପୀଠରେ ପ୍ରଦ୍ୟୁମ୍ନ ତପସ୍ୟା କରି ସିଦ୍ଧି ଲାଭ କରିଥିଲେ।ତାଙ୍କର ତପସ୍ୟା ବେଦି ଓ ସ୍ନାନ କୁଣ୍ଡ ଏବେବି ରହିଛି।ଅଶୋକାଷ୍ଟମୀ ଯାତ୍ରା ସିଦ୍ଧେଶ୍ୱର ମହା ଦେବଙ୍କର ପ୍ରସିଦ୍ଧ ଯାତ୍ରା ଅଟେ।ସିଦ୍ଧେଶ୍ୱର ପୀଠର ମହିମା ଚାରିଆଡ଼େ ବିଖ୍ୟାତ ଓଡ଼ିଶାରେ ବେଶ ଜଣାଶୁଣା ଦେଵସ୍ଥାନ ।ଏହି କ୍ଷେତ୍ରକୁ କେବଳ ଓଡ଼ିଶା ନୁହେଁ ରାଜ୍ୟବାହାରେ କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ ମାନେ ପିତୃପୁରୁଷ ମାନଙ୍କର (ଅସ୍ଥିଶ୍ୱର ମନ୍ଦିର)ରେ ଅସ୍ଥିସଲ୍ୟା ବିସର୍ଜନ ନିମନ୍ତେ ଏଠାକୁ ଆସି ଅଛନ୍ତି।ଏହି ପବିତ୍ର ସ୍ଥାନକୁ ସମସ୍ତଙ୍କ ର ନଜର ଥାଇ ମଧ୍ୟ ଅଣଦେଖା ହେଉଛି କାରଣ ଅସ୍ଥିଶ୍ୱର ମନ୍ଦିର ଏବେ ଭଗ୍ନ ଅବସ୍ଥାରେ ଅଛି ।ତହସିଲଦାର ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ମଧ୍ୟ କିଛି କାର୍ୟ୍ଯ କରିତା ହେଇ ପାରୁନାହିଁ

Related Posts

About The Author

Add Comment