ଲୋକଙ୍କ ସମସ୍ୟା କଥା ବୁଝିଲେ   ସୁନ୍ଦରଗଡ଼ର ଜିଲ୍ଲାପାଳ ନିଖିଳ ପୱନ 

Spread the love
ରାଉଲକେଲା, ୨୫/୧/୨୦ (ସନ୍ଧାନ ନିଉଜ) : ରାଉଲକେଲା ସୋମ୍ରା ବସ୍ତିକୁ ଯାଇ ଲୋକଙ୍କ ସମସ୍ୟା ବୁଝିଲେ ସୁନ୍ଦରଗଡ଼ର ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ । ବିସ୍ଥାପିତଙ୍କ ଏହି ଗାଁରେ କୌଣସି ମୌଳିକ ସୁବିଧା ନାହିଁ। ବିସ୍ଥାପିତ ନେତା ଲଛୁ ଓରାମ, ମାଙ୍ଗରା ଓରାମ ସହିତ ଅନ୍ୟମାନେ ମଧ୍ୟ ଏଠାରେ ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ ସମେତ ନେତାମାନେ ତଳେ ବସି ଗ୍ରାମବାସୀଙ୍କ ସମସ୍ୟା ପଚାରି ବୁଝିଥିଲେ । ଏହାପରେ ଅଙ୍ଗନୱାଡ଼ି, ସ୍ବାସ୍ଥ୍ୟକେନ୍ଦ୍ର, ପାଣି, ବିଜୁଳି ସମସ୍ୟାର ସମାଧାନ ପାଇଁ ଆଶ୍ବସନା ଦେବା ସହିତ ଜମିର ପଟ୍ଟା ପ୍ରଦାନ ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ କରିବେ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ। ବହୁତ ସମୟ ଧରି ଜିଲ୍ଲାପାଳ ଗ୍ରାମବାସୀଙ୍କ ସମସ୍ୟା ଶୁଣିଥିଲେ ।

Related Posts

About The Author

Add Comment