ଲୋନ ଟଙ୍କା ଶୁଝିବାକୁ 6 ମାସ ସମୟ ଦାବି କଲେ ସ୍ବୟଂ ସହାୟିକା ଗୋଷ୍ଠୀ

Spread the love
ରାଉରକେଲା, ୧୨/୦୬/୨୦ (ସନ୍ଧାନ ନିଉଜ) : ଲୋନ ଫେରାଇବାକୁ 6 ମାସ ସମୟ ମାଗିଲେ ଏସଏଚଜି ମହିଳା । ଲକଡାଉନ ଯୋଗୁଁ ଏସଏଚଜି ମହିଳାମାନେ ଲୋନ ଫେରସ୍ତ କରିପାରୁନାହାନ୍ତି। ସେଥିପାଇଁ ସେମାନଙ୍କୁ 6 ମାସ ସମୟ ଦିଆଯାଉ ବୋଲି ଦାବି କରିଛନ୍ତି ଏସଏଚଜି ମହିଳା । ସୁନ୍ଦରଗଡ ଜିଲ୍ଲାର ବଣାଇ ଏବଂ ଖୁଟୁଗା ଅଞ୍ଚଳର ପ୍ରାୟ 30 ରୁ 40ଟି ଏସଏଚଜି ଗ୍ରୁପ ର ମହିଳାମାନେ ବିଭିନ୍ନ ଲୋନ କରି ବେପାର କରୁଥିଲେ । ସେମାନେ ଚାଉଳ, ପନିପରିବା, କୁକୁଡା ଆଦି ଚାଷ କରି ପରିବାର ପୋଷଣ କରୁଥିଲେ । ଚାଷରୁ ଯାହା ଟଙ୍କା ମିଳୁଥିଲା ସେଥିରେ ଲୋନ ମଧ୍ୟ ଶୁଝୁଥିଲେ । ଲକଡାଉନ ଯୋଗୁ ଗତ 3 ମାସ ହେବ ସେମାନଙ୍କ ବେପାର ବନ୍ଦ ଅଛି । ଏଭଳି ପରିସ୍ଥିତିରେ ଲୋନ୍ ଶୁଝିବାକୁ ସେମାନେ ଅସମର୍ଥ ।

ଏପଟେ ଲୋନ ସମୟରେ ଶୁଝିବା ପାଇ ଫାଇନାନ୍ସ କର୍ମଚାରୀ ସେମାନଙ୍କ ଘରେ ପହଞ୍ଚି ଲୋନ ଟଙ୍କା ଦେବାକୁ ଜୋର ଜବରଦସ୍ତ କରୁଛନ୍ତି । ଗୋଟିଏ ପଟେ ବେପାର ନାହିଁ ଅନ୍ୟପଟେ ଲୋନ ଶୁଝିବା ଚିନ୍ତା ଏସଏଚଜି ମହାଳାଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ।ସେଥିପାଇଁ ସେମାନଙ୍କୁ ଲୋନ ଶୁଝିବାକୁ 6 ମାସ ସମୟ ଦିଆଯାଉ ନଚେତ୍ ତାଙ୍କୁ ଲୋନ ଛଡାଯାଉ ବୋଲି ମହିଳାମାନେ ସରକାରଙ୍କୁ ଦାବି କରିଛନ୍ତି ।

Related Posts

About The Author

Add Comment