ଲେଫ୍ରିପଡା ବ୍ଲକରେ କୋବିଡ଼ ସଂକ୍ରମଣ ଅନାୟତ ଆଣ୍ଟିଜେନ ଟେଷ୍ଟରେ ୯୦ ଜଣ ପୋଜିଟିଭ ଚିହ୍ନଟ

Spread the love

ସୁନ୍ଦରଗଡ଼, ୨୦/୫/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ଲେଫ୍ରିପଡା ବ୍ଲକରେ କୋବିଡ଼ ସଂକ୍ରମଣ ସୀମା ଟପିବାରେ ଲାଗିଛି । ଆଜିସୁଧା ଲେଫ୍ରିପଡା ରେ ୬୮୦୪ ଜଣଙ୍କ ଆଣ୍ଟିଜେନ ଟେଷ୍ଟ ହୋଇଥିବାବେଳେ ୧୬୬୬୦ ଜଣ ପୋଜିଟିଭ ରିପୋର୍ଟ ମିଳିଛି ଯାହାକି ଶତକଡା ୩୫% ବୋଲି ଆକଳନ କରାଯାଉଛି ।ଆଜି ପୁଣି ବ୍ଲକର ଧୁରୁଆଡିହି ଓ ରାଜବାହାଲ ଓ ଖରଲଛାପଲ ଠାରେ ଆଣ୍ଟିଜେନ ପରୀକ୍ଷା କରାଯାଇ ୪୩୫ ଜଣ ଟେଷ୍ଟ କରାଯାଇ ଥିଲା ତନ୍ମଧ୍ୟରୁ ୨୯ ଜଣ ପୋଜିଟିଭ ଚିହ୍ନଟ ହୋଇଥିବା ବେଳେ କେବଳ  ଧୁରୁଆଡିହି ଗ୍ରାମର ୨୨ଜଣ ପୋଜିଟିଭ ହେବ ପ୍ରକାଶ ପାଇଛି । ସେହିପରି ରାଜବାହାଲ ରେ ୫୨ଜଣ ପୋଜିଟିଭ ହୋଇଥିବା ବେଳେ ଖରଲଚାପଲରେ ୭ଜଣ ଓ ସର୍ଗିପାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ଜଣ ଚିହ୍ନଟ ହୋଇଛନ୍ତି । ଏହି ଭାବରେ ମୋଟ ୯୦ ଜଣ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ପ୍ରଶାସନକୁ ବିଶେଷ ଦୃଷ୍ଟି ଦେବାକୁ ଜନସାଧରଣରେ ଦାବି ହୋଇଛି ।

Related Posts

About The Author

Add Comment