ଗୋରୁମହିଷାଣୀ୨୧/୧୦( ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା):- ବେଆଇନ ଭାବରେ ଲୁହାପଥର ଚାଲାଣ କରୁଥିବା ଦୁଇଟି ଡମ୍ପରକୁ ଜବତ କରିଛି ବହଳଦା, ପୁଲିସ ଏଥିସହ ୫ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ଦୀର୍ଘଦିନ ଧରି ଗୋରୁମହିଷାଣି ଲୌହଖଣି ଆଖପାଖ ଅଞ୍ଚଳରୁ ବେଆଇନ ଭାବରେ ଲୁହାପଥର, ଖୋଳି ପଡୋଶୀ ଝାଡ଼ଖଣ୍ଡକୁ ଚାଲାଣ କରୁଥିଲେ ମାଫିଆ ଗୋଷ୍ଠୀ। ଏ ନେଇ, ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା। ତେବେ ଗତକାଲି ବେଆଇନ ଭାବେ ଲୁହାପଥର ଚାଲାଣ ହେଉଥିବା ଖବର ପାଇ ଚଢ଼ଉ କରିଥିଲା ପୁଲିସ ଟିମ୍ ଓଆର୍-୧୪ଏନ୍-୮୯୭୪ ଓ ଓଆର-୦୪ଜେ-୦୪୯୩ ନଂ ବିଶିଷ୍ଟ ୨ଟି ଡମ୍ପର ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଥିଲା ପୁଲିସ ତେବେ ଚଢ଼ଉ ବେଳେ ଅନ୍ଧାର ଥିବାରୁ ଏହାର ସୁଯୋଗରେ ୨-୩ ଜଣ ମାଫିଆ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ବହଳଦା ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହିତ କାରବାରରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ ପାଇଁ ଚଢ଼ଉ ଜାରି ରଖିଛି।
ଲୁହାପଥର ଚୋର ଧରାପଡ଼ିଲେ
|
October 22, 2020 |
