ଲାଞ୍ଚ ନେଇ ଧରାପଡିଲେ ଭଦ୍ରକ ଅଗ୍ନିଶମ ଅଧିକାରୀ
ଭଦ୍ରକ, ୧୪/୬ (ସନ୍ଧାନ ନିୟୁଜ) ଆଜି ସନ୍ଧ୍ୟାରେ ଭଦ୍ରକ ଭିଜିଲାନ୍ସ ଟିମ୍ ଭଦ୍ରକ ସହକାରୀ ଅଗ୍ନିଶମ ଅଧିକାରୀ ସଂଗ୍ରାମ ହାଁସଦା ଲାଞ୍ଚ ନେବା ବେଳେ ଧରିଛନ୍ତି। ହାଁସଦା ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ତାଙ୍କ ସହ ଫାୟାରମ୍ୟାନ ବିଭୁପ୍ରସାଦ ଜେନା ମଧ୍ୟ ଗିରଫ ହୋଇଛନ୍ତି। ପ୍ରକାଶ ଯେ ଚଳିତ ମାସ ୪ ତାରିଖରେ ଗ୍ରାମାଞ୍ଚଳ ଥାନା ସମ୍ମୁଖ ଅ।ର୍ଏମ୍ସି ମାର୍କେଟ୍ କମ୍ପ୍ଲେକ୍ସ ପରିସରରେ ଏକ ଚୂନ ଓ ବ୍ଲିଚିଂ ଗୋଦାମରେ ନିଆଁ ଲାଗି ଚୂନ ଓ ବ୍ଲିଚିଂ ନଷ୍ଟ ହୋଇଯାଇଥିଲା। ତେବେ ଏ ବାବଦରେ ବୀମା ଟଙ୍କା ପାଇବା ନିମନ୍ତେ ଆବଶ୍ୟକ ଥିବା ଫାୟାର ସାର୍ଟିଫିକେଟ ପ୍ରଦାନ ପାଇଁ ଭଦ୍ରକ ଅଗ୍ନିଶମ ସହକାରୀ ଅଧିକାରୀ ସଂଗ୍ରାମ କୁମାର ହାଁସଦା ଗୋଦାମ ମାଲିକ ଶେଖ୍ ଅବଦୁଲ ମୋଜିଦ୍ଙ୍କ ଠାରୁ ୨ ହଜାର ଟଙ୍କା ଦାବି କରିଥିଲେ। ଆଜି ମୋଜିଦ ଉକ୍ତ ଟଙ୍କା ଦେବାକୁ କଥା ଦେବା ସହ ଭିଜିଲାନ୍ସ ଟିମକୁ ଖବର ଦେଇଥିଲେ। ଭଦ୍ରକ ଦମକଳ କେନ୍ଦ୍ର ପରିସର କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଜଗି ରହିଥିବା ଭଦ୍ରକ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ଧରିଥିଲା। ଏହି ଚଢାଉରେ ଭଦ୍ରକ ଭିଜିଲାନ୍ସ ଡିଏସ୍ପି ସଞ୍ଜୟ କୁମାର ଦାସ ମହାପାତ୍ରଙ୍କ ସମେତ ଇନ୍ସିପେକ୍ଟର ଅନିରୁଦ୍ଧ ନାୟକ, ସୁନୀଲ ଏକା ସାମିଲ ଥିଲେ।
Related Posts
About The Author