ଲାଞ୍ଚ କାରବାର କରି ଫସିଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

Spread the love

ନୀଳଗିରି, 28.01.2021 ( ସନ୍ଧାନ ନିଉଜ୍): ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଗଣଧାରଣା।  ଟିଏମ୍‌ସି  ସେଣ୍ଟରର ମରାମତି କାର୍ଯ୍ୟର ବିଲ କରିବାକୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।  ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଯାଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ସ୍ଥାନୀୟ ଲୋକେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଦିନ-ରାତି ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ  ଯେ, ପୂର୍ବରୁ ମଧ୍ୟ ନୀଳଗିରି  ବ୍ଲକର ଏହି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ରହିଛି। ବ୍ଲକରେ ଉନ୍ନୟମୂଳକ କାର୍ଯ୍ୟରେ ଅସହଯୋଗ କରିଥିଲେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅନୀଲ କୁମାର ପଣ୍ଡା।   ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅନୀଲ କୁମାର ପଣ୍ଡା ପୁଣି ଥରେ ବିବାଦରେ ଛନ୍ଦି ହୋଇଡିଛନ୍ତି। ବିଲ କରିବା ବଦଳରେ ୬ ହଜାର ଟଙ୍କା ଲାଞ୍ଚ ମାଗିଥିବା ଠିକାଦାର ଅଭିଯୋଗ କରିଥିଲେ। ଲାଞ୍ଚ ଟଙ୍କାକୁ ପ୍ୟାଣ୍ଟ୍‌ର ପଛ ପ୍ୟାକେଟ୍‌ରେ ରଖିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏ ନେଇ ନୀଳଗିରି ଉପଜିଲ୍ଲାପାଳ-ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ସ୍ଥାନୀୟ ଲୋକେ। ତଦନ୍ତ ପରେ ସଂପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ବିରୋଧରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ଏହା ପ୍ରତିବାଦରେ ସ୍ଥାନୀୟ ଲୋକେ ଗଣଧାରଣାରେ ବସିଛନ୍ତି

Related Posts

About The Author

Add Comment