ଯାଜପୁର/ଧର୍ମଶାଳା ୧୩/୧୯(ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶାଳା ତହସିଲ ଅନ୍ତର୍ଗତ ପାଟପୁର ଏବଂ ମିର୍ଜାପୁର ପଂଚାୟତ ମଧ୍ୟଭାଗରେ ଅବସ୍ଥିତ ବୌଦ୍ଧକିର୍ତି ରାଜି ସଂପନ୍ନ ଲାଙ୍ଗୁଡି ପାହାଡରେ ଚଳିତ ବର୍ଷ ପତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ସର୍ବେକ୍ଷଣ ପ୍ରର୍କ୍ରିୟା ଆଜିଠାରୁ ଆରମ୍ଭ ହୋଇଯାଇଛି । ଏହାର କିଛି ଦିନ ପରେ ଏହାର ଖନନ ଆରମ୍ଭ ହେବ । ଫଳରେ ପାହାଡ ପଥର ତଳେ ଲୁଚିରହିଥିବା ଅନେକ ବିଲୁପ୍ତ କିର୍ତି ରାଜି ଆବିଷ୍କାର ହବାନେଇ ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟ ସଂସ୍କୃତି ବିଭାଗ ଅଧିନରେ ଥିବା ଦକ୍ଷିଣ ପୂର୍ବ ଏସିଆ ସାମୁଦ୍ରିକ ବାଣିଜ୍ୟ ଓ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ୧୯୯୬ ମସିହାରେ ଲାଙ୍ଗୁଡି ପାହାଡକୁ ଖନନ କରାଯିବା ପରେ ଲାଙ୍ଗୁଡିପାହାଡରୁ ସମ୍ରାଟ ଅଶୋକଙ୍କ ନାମ ଖୋଦିତ ପସ୍ତର ପ୍ରତିମା ଅଶୋକଙ୍କ ସ୍ୱହସ୍ତରେ ନିର୍ମିତ ଲିପିପ୍ରମାଣ ସମ୍ଭଳିତ ଏକ ସାରିରିକ ସ୍ତୁପ, ଶୀଳାଲେଖ, ୭୨ଟି ଅର୍ଘ୍ୟସ୍ତୁପ ପ୍ରସ୍ତର କଟା ସ୍ତୁପ, କାନ୍ଥରେ ଖୋଦିତ ପଂଚଧ୍ୟାନୀ ବୃଦ୍ଧ ମୃର୍ତ୍ତି, ଧର୍ମଚକ୍ରର ଭଗ୍ନାଂଶ, ଟେରାକୋଟା ବୃଦ୍ଧମୃର୍ତି, ବୌଦ୍ଧଧର୍ମର ସ୍ମାରକୀ ବହନ କରୁଥିବା ଅନେକ ସାମଗ୍ରି ସହ ପ୍ରାର୍ଥନା ଗୃହ ବୌଦ୍ଧ ସନ୍ୟାସିଙ୍କ ବିଧୁସ୍ତ ଆଶ୍ରୟ ସ୍ଥଳୀ, ଭଙ୍ଗାଇଟା, ଖପରା ଆଜି ବିଭିନ୍ନ ପତ୍ନତାତ୍ତିକ ଉପାଦାନା ଆବିଷ୍କୃତ ହୋଇଥିଲା ।
ଏସବୁ ସାମଗ୍ରି ଆବିଷ୍କୃତ ହେବାପରେ ଲାଙ୍ଗୁୁଡି ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଥିଲା । ଏପରକି ଅନେକ ଗବେଷକ ଲିପିତତ୍ୱବିତ୍ ଏହାକୁ ପୁଷ୍ପଗିରି ବୋଲି ପ୍ରକାଶ କରିଥିଳେ । କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ କୋଟି କୋଟି ବ୍ୟୟରେ ଲାଙ୍ଗୁଡି ପାହାଡ ଚର୍ତୁପାଶ୍ୱର୍ରେ ପାଚେରି ନିର୍ମାଣ ସହ ପାହାଡ ପାଦ ଦେଶରେ ତିବତ୍ତୀୟ ବୌଦ୍ଧ ସନ୍ୟାସୀଙ୍କ ରହିବାପାଇଁ ପାଇଁ ଗୃହ, ପ୍ରାର୍ଥନା କକ୍ଷ, ଅଧ୍ୟୟନ ଗୃହ, ଶ୍ରେଣୀ କକ୍ଷ, ବିଶ୍ରାମ କକ୍ଷ, ରୋଷେଇ ଘର, ଗୋଦାମ ଘର ଆଦି ପାଇଁ ଓଟିଡିସି ପକ୍ଷରୁ ପାଖାପାଖି ୫୦କୋଟି ଟଙ୍କା ବ୍ୟୟରେ ନିର୍ମିାଣ କରାଯାଇଥିଲା ବିଳାସ୍ୟ ପୁର୍ଣ୍ଣ ଆଖିଝଲସି ଉଠିବା ଭଳି ପ୍ରକୋଷ୍ଠ ମାନ । ହେଲେ ରକ୍ଷଣା ବେକ୍ଷଣା ଅଭାବ ଏବଂ ସୁରକ୍ଷାକର୍ମିୀ ସହିତ ସ୍ଥାନୀୟ ପୋଲିସ ପ୍ରଶାସନର ଅପରାଗତା କାରଣରୁ ସ୍ଥାନୀୟ ଅସାମାଜିକ ଯୁବକ ମାନେ ଏହାକୁ ଭାଙ୍ଗିରୁଜି ଦେବା ସହିତ ଏଥିରେ ବ୍ୟବହୃତ ତମ୍ବା ସିଲିଭର, ପ୍ୟାନ ଆଦି ସମସ୍ତ ଜିନିଷପତ୍ରକୁ ଚୋରିକରିନେଇଥିଳେ । ଏପରକି କାଚ ଗୁଡିକୁ ଭାଙ୍ଗି ଚୁନା କରିବା ସହିତ ଏଠାରେ ପ୍ରତିଦିନ ମଦ୍ୟପାନ କରିବା ଏବଂ ବିଭିନ୍ନ କୁକାର୍ଯ୍ୟ କରିବାରେ ବ୍ୟବହାର କରିବାକୁ ଲାଗିପଡିଛନ୍ତି । ଏହି ଅସାମାଜିକ ଲୋକଙ୍କୁ ଡରି ପ୍ରର୍ଯ୍ୟଟକ ମାନେ ମଧ୍ୟ ଏଠାକୁ ଆସିବାକୁ ନିରାପଦ ମଣୁନାହାନ୍ତି । ତେବେ ଦୀର୍ଘ ୨୦ବର୍ଷ ପରେ ଭାରତୀୟ ପତ୍ନତାର୍ତକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ପୂର୍ଣ୍ଣ ଲାଙ୍ଗୁଡି ପାହାଡକୁ ଖନନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ଏଏସଆଇର ବରିଷ୍ଟ ଅଧିକାରିଙ୍କ ତତ୍ୱ ବଧନରେ ୨ଦିନ ହେବ ପ୍ରାୟ ୨୦ଜଣ କର୍ମଚାରୀ ପାହାଡରେ ତମ୍ବୁ ମାରି ରହୁଥିବା ଦେଖିବାକୁ ମିଳି ଛି । ଏପରକି ଲାଙ୍ଗୁଡି ପରିସରକୁ ସଫା କରିବା ଆରମ୍ଭ କରାଯାଇଛି ।
ଖୁବୁ କମ ଦିନ ମଧ୍ୟରେ ଏଠାରେ ଖନନ ଆରମ୍ଭ ହେବ ବୋଲି ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏଠାରୁ କଣ ଆଉ ସବୁ ମିଳିପାରିବ ଏବଂ କିପରି ଏଠାକାର ପୁରାତନ ଇତିହାସ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ତାହା ଉପରେ ଅଂଚଳବାସୀଙ୍କ ନଜର ରହିଥିବା ବେଳେ ଏଏସଆଇର ଏପରକି କାର୍ଯ୍ୟଧାରାକୁ ସ୍ୱାଗତ କରାଯାଇଛି । ଖନନ ପରେ ନୂତନ ତଥ୍ୟ ମିଳିପାରିବ ବୋଲି ବୌଦ୍ଧଗବେଷକ ମାନସ କୁମାର ରାଉତ ଏବଂ ଧର୍ମଶାଳା ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରାଧ୍ୟ୍ୟାପକ ଡ. ନୃସିଂହଚରଣ ସାହୁ ମତ ପ୍ରକାଶ କରିଛନ୍ତି ।