ସୁନ୍ଦରଗଡ଼ ତା:୧୧/୨/୨୦୨୪( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ଼ ଜିଲ୍ଲା ର ଉପାନ୍ତ ବ୍ଲକ ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକ ର ଜନଜାତି ଆଦିବାସୀ ଲୋକଙ୍କ ଦୀର୍ଘଦିନର ଦାବି ଦେଓ ନଦୀ ଉପରେ ଲହଣ୍ଡା- ମିଟକୁନ୍ଦୁରୀ ଠାରେ ପୋଲ(ସେତୁ) ନିର୍ମାଣଧୀନ ଯାହାକି ବର୍ତ୍ତମାନ ମଧ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ । ଏଥିପାଇଁ ଅଞ୍ଚଳ ର ଲୋକ ଦୀର୍ଘ ୨୦ ରୁ ୨୫କିମି ଅଯଥା ହଇରାଣ ହୋଇ ଝିରପାଣି ହୋଇ ରାଉରକେଲା ସହରକୁ ଯାଉଛନ୍ତି କିମ୍ବା ନିଜ ଜୀବନ କୁ ବାଜି ଲଗାଇ ବଢ଼ିପାଣି ସତ୍ତ୍ବେ ନଦୀ ଭିତରେ ପଶି ନଦୀ ପାର ହେଉଛନ୍ତି ।ଏଥିପାଇଁ ଲୋକଙ୍କ ମନରେ ଅସନ୍ତୋଷ ର ଦାନା ବାନ୍ଧୁଛି । ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ବିଭିନ୍ନ ସଙ୍ଗଠନ ମାଧ୍ୟମ ରେ ଭୋଟ ବର୍ଜନ ପାଇଁ ଜନମତ ପ୍ରସ୍ତୁତ ହେବାକୁ ଲାଗିଛି ।ବର୍ତ୍ତମାନ ର ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ବିଭାଗ ର ପ୍ରମୁଖ ସଚିବ,ତାଙ୍କରି ଉପରେ ଭରସା ବାନ୍ଧିଛନ୍ତି ।ଯେହେତୁ ସେ ଏହି ପ୍ରକଳ୍ପ ର ସବିଶେଷ ତଥ୍ୟ ଉପରେ ସମ୍ପୂର୍ଣ୍ଣ ଅବଗତ । ଯଦି ଏହି କାର୍ଯ୍ୟପ୍ରତି ଧ୍ୟାନ ଦିଆ ନ ଗଲେ ଯାହା ଲାଗୁଛି ନବୀନ ବାବୁଙ୍କ ବୀରମିତ୍ରପୁର ଆସନ ଦଖଲ ସ୍ୱପ୍ନରେ ରହିଯିବ । ନବୀନ ବାବୁକଂ ଦଳ ହୁଏତ ଆଗାମୀ ନିର୍ବାଚନ ବୈତରଣୀ ପାରି ହୋଇଯିବେ କିନ୍ତୁ ବୀରମିତ୍ରପୁର ଆସନ ର ସ୍ବପ୍ନ ଏହି ଦେଓ ନଦୀ ଭସାଇ ନେଇଯିବ ।ସରକାର ଙ୍କ ରାଜସ୍ବ ସଚିବ,ଜିଲ୍ଲାପାଳ ,ତହସିଲଦାର ଓ ନିର୍ବାଚିତ ସଦସ୍ୟ ମାନେ ଥରେ ପାଇଁ ହଉ ଏହି ନିର୍ମାଣଧୀନ ପୋଲ ର କ୍ଷେତ୍ର ପରିଦର୍ଶନ କରନ୍ତୁ ଓ ସରକାର ଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରି ପ୍ରକଳ୍ପ ଟିକୁ ସମ୍ପୂର୍ଣ୍ଣ କରିବାକୁ ପଦକ୍ଷେପ ନିଅନ୍ତୁ ।ନହେଲେ ମାନ୍ୟବର ନବୀନ ପଟ୍ଟନାୟକ ଙ୍କ ଉପରେ ଥିବା ଆଦିବାସୀ ଲୋକଙ୍କ ଆସ୍ଥା ଭରସା ସବୁଦିନ ପାଇଁ ଚାଲିଯିବ । ରାଜସ୍ବ ବିଭାଗର ଜମିଅଧିଗ୍ରହଣ ବିଭାଗ ଦିର୍ଘ ଦିନରୁ ଏହି ସମସ୍ୟା କୁ ନେଇ ନୀରବ ଏଥିପାଇଁ ପ୍ରକଳ୍ପ ବର୍ତ୍ତମାନ ପାଇଁ ସୁପ୍ତ । ଦେଖିବାକୁ ବାକି ରହିଲା ପ୍ରସାସନ କେବେ ଘୋର ନିଦ୍ରାରୁ ଜାଗ୍ରତ ହେବ।
ଲହଣ୍ଡା- ମିଟକୁନ୍ଦୁରୀ ଠାରେ ନିର୍ମାଣଧୀନ ପୋଲ(ସେତୁ) ଅସମ୍ପୂର୍ଣ୍ଣ ଅବସ୍ଥାରେ
|
February 11, 2024 |