ଲଷ୍ମୀ ନାରାୟଣ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଉଦଯାପିତ; ରେଖିଦେଇପୁର ବିଜୟ

Spread the love

ଜେନାପୁର, ୨୬/୦୧ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ର ପଡ଼ୋଶୀ ଢେଙ୍କାନାଳ ଜିଲ୍ଲା ଦଶମାଣପାଟଣା ଗ୍ରାମ ପଂଚାୟତ ର ଦଶମାଣପାଟଣା ଗ୍ରାମ ରେ ଚାଲୁଥିବା କ୍ରିକେଟ ଟୁର୍ଣ୍ଣାମେଂଟ ର ଅନ୍ତିମ ଦିବସ ର ଫାଇନାଲ ମ୍ୟାଚ ଟି ଉଦଯାପିତ ହୋଇଛି ।ଏହି ଟୁର୍ଣ୍ଣାମେଂଟ ଟି ଲଷ୍ମୀ ନାରାୟଣ କ୍ରିକେଟ ଟିମ ପକ୍ଷରୁ ଆୟୋଜିତ ହେଉଥିବା ବେଳେ ଫାଇନାଲରେ ଯାଜପୁର ଜିଲ୍ଲାର ନେତାଜୀ ସ୍ପୋଟିଂ କ୍ଲବ ରେଖଦେଇପୁର ସହିତ ଖେଳିଥିଲା ।ଏଲ.ଏନ.ସିଟ ଦଶମାଣପାଟଣା ପ୍ରଥମେ ଟଚ ଜିତି ବ୍ୟାଟିଂ କରିଥିବା ବେଳେ ସମସ୍ତ ୱଇକେଟ ହରାଇ ୧୫ ଓଭର ୩ଗୋଟି ବଲ ରେ ୯୨ ରନ ସଂଗ୍ରହ କରିଥିଲା ।ନେତାଜୀ ସ୍ପୋଟିଂ କ୍ଲବ ରେଖିଦେଇପୁର ମଧ୍ଯ ଜିତିବାର ଲକ୍ଷ ନେଇ ନିର୍ଦ୍ଧାରିତ ୧୪ ଓଭର ୫ ଗୋଟି ୱଇକେଟ ବିନି ମୟରେ ୯୩ ରନ କରି ବିଜୟ ଲାଭ କରିଥିଲା ।ଏହି ମ୍ୟାଚ ଟିକୁ ଟୁକୁନା ସାହୁ ଏବଂ ବୁଲୁ ଖଟୁଆ ଅମ୍ପାୟାର ଦ୍ବୟଙ୍କ ଦ୍ଵାରା ପରିଚାଳନା ହୋଇଥିବା ବେଳେ ଦର୍ଶକ ଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।ଢେଙ୍କାନାଳ ସଦର ବିଧାୟକ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଅନ୍ୟାନ୍ୟ ପ୍ରତିନିଧି ବ୍ଲକ ଚୈରମ୍ୟାନ,ସମିତିସଭ୍ୟା,ସ୍ଥାନୀୟ ସରପଞ୍ଚ, ରାଧାକୃଷ୍ଣ ମେଲଣ କମିଟି ର ସଭାପତି ଅଦୈତ କୁମାର ନାୟକ ସମ୍ନାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କାର ଦେଇଥିଲେ ।

Related Posts

About The Author

Add Comment