ଲଭ, ସେକ୍ସ, ଧୋକ୍କା : ଫେରାର ବିବାହିତ ଯୁବକକୁ ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ 

Spread the love
ବାଲିଗୁଡା,୨୨/୦୪/୨୪:(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ସ୍ଥାପନ କରି ଗର୍ଭବତୀ କରି ଫେରାର ଥିବା ବିବାହିତ ଯୁବକଙ୍କୁ ବ୍ରାହ୍ମଣୀଗାଁ ପୋଲିସ ଭୁବନେଶ୍ୱରରୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଯୁବକ ଜଣକ ଉକ୍ତ ଥାନା ଅଞ୍ଚଳର ସାନୁ ପାତ୍ର ବୋଲି ଥାନା ଅଧିକାରୀ ଚିରଞ୍ଜିବୀ ବେହେରା କହିଛନ୍ତି। ଅଭିଯୁକ୍ତ ବିବାହିତ ହୋଇଥିବା ବେଳେ ତାଙ୍କର ୨ଟି ସନ୍ତାନ ରହିଥିବା ପୋଲିସ କହିଛି। ସାନୁଙ୍କ ନାମରେ ମାର୍ଚ୍ଚ ୧୮ରେ ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା l ଏତଲା କୁ ଭିର୍ତ୍ତି କରି ପୋଲିସ ଏକ କେସ୍‌ ନଂ ୩୦/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ଓ ସାନୁ ଗିରଫ ଭୟରେ କୌଣସି ସୂତ୍ରରୁ ଖବର ପାଇ ରାଜ୍ୟ ବାହାରକୁ ଚାଲିଯାଇଥିଲେ। ପୋଲିସ ସାନୁଙ୍କ ଫୋନ ଟ୍ରାକ୍‌ କରି ଧରିବାକୁ ଉଦ୍ୟମ କରି ରାଜ୍ୟ ବାହାରକୁ ଯିବାକୁ ବାହାରିଥିଲେ। ତେବେ ସାନୁ ପୁଣି ଭୁବନେଶ୍ୱର ଫେରିଆସିଥିବା ପୋଲିସ ଜାଣିବା ପରେ ଭୁବନେଶ୍ୱର ଯାଇ ଧରିବାରେ ସଫଳ ହୋଇଥିଲା ।

Related Posts

About The Author

Add Comment