ଭଦ୍ରକ, ୦୮/୧୨ (ସନ୍ଧାନ ନିୟୁଜ) ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାହାଞ୍ଜ, ଅସୁରା ଗାଁର ପ୍ରମୋଦ ଲେଙ୍କା (25) ଓ ଧୁଷୁରୀ ଥାନା ଅଧିନସ୍ଥ ହାତିଆ ସାହିର ସୁଭଦ୍ରା ବେହେରା(22)ଙ୍କ ମଧ୍ୟରେ ଦୀର୍ଘ 4 ବର୍ଷ ହେବ ପ୍ରେମ ସଂପର୍କ ଗଢି ଉଠିଥିଲା । ଉଭୟଙ୍କ ସମହତିରେ ପ୍ରେମ ସଂପର୍କରେ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯିବା ସହ ଶାରିରୀକ ସଂପର୍କ ସ୍ଥାପନ କରିଥିଲେ । ବିବାହର ପ୍ରଲୋଭନ ଦେଖାଇ ପ୍ରମୋଦ ତାଙ୍କ ସହ ବହୁବାର ଶାରିରୀକ ସଂପର୍କ ସ୍ଥାପନ କରିଥିଲେ । ଗତ 5 ଡିସେମ୍ବରେ ପ୍ରମୋଦ କୋର୍ଟରେ ବିବାହ କରିବାକୁ କହି ସୁଭଦ୍ରାଙ୍କୁ ଘରୁ ଡକାଇଥିଲେ । କିନ୍ତୁ କୋର୍ଟ ବିବାହ ନକରି ତାଙ୍କ ସଂପର୍କୀୟଙ୍କ ଘରେ ସୁଭଦ୍ରାଙ୍କୁ ଛାଡି କେଉଁ ଆଡେ ଚାଲିଯାଇଥିଲେ । ପରେ ପ୍ରମୋଦଙ୍କୁ ସୁଭଦ୍ରା ଫୋନ କରିବାରୁ ସେ କହିଥିଲେ 10ଲକ୍ଷ୍ ଟଙ୍କା ଓ 10 ଭରି ସୁନା ଆଣିଲେ ମୋତେ ବିବାହ ହେବୁ ବୋଲି କହିଥିଲେ । ଯଦି ଏକଥା କାହାକୁ କହୁ ତେବେ ମୋ ପାଖରେ ଥିବା ତୋର ଫଟୋ ଓ ଭିଡିଓ ଭାଇରାଲ କରିଦେବିକୁ ଧମକ ଦେଇଥିଲେ ପ୍ରମୋଦ ସୁଭଦ୍ରାଙ୍କୁ । ଶେଷରେ ବାଧ୍ୟ ହୋଇ ପ୍ରେମିକା ସୁଭଦ୍ରା ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କଲା ପରେ ପୋଲିସ ପ୍ରମୋଦକୁ ଗିରଫ କରିଛି l
Report- Ramesh Nayak