ଲଟେରୀ ଟିକଟ ବିକ୍ରି କରି ୪ ଗିରଫ , ଟିକଟ ଓ ୭ ହଜାର ୪ଶହ ଟଙ୍କା ଜବତ

Spread the love

ବାରିପଦା(ସନ୍ଧାନ ନ୍ୟୁଜ୍)୧୦/୦୭ (ଲିଙ୍ଗରାଜ ପଣ୍ଡା)-: ବାରିପଦାରେ ଚାଲିଥିବା ବେଆଇନ ଲଟେରୀ ଖେଳ ଉପରେ ପୋଲିସର ଚଢାଉ। ଲଟେରୀ ଟିକଟ ବିକ୍ରି କରିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ବିପୁଳ ଲଟେରୀ ଟିକଟ ସହ ୭ ହଜାର ୪ ଶହ ଟଙ୍କା ଜବତ କରିଛି ପୋଲିସ। ଗରିବ ଖଟିଖିଆ ଆଦିବାସୀ ଲୋକଙ୍କୁ ୬ଟଙ୍କାରେ କୋଟିପତି ହେବାର ସ୍ଵପ୍ନ ଦେଖାଇ ସେମାନଙ୍କ ଟଙ୍କା ଲୁଟ କରି ଚାଲିଥିଲେ ଏହି ଲଟେରୀ ବିକାଳୀ।

ଦୀର୍ଘ ଦିନ ଧରି ବାରିପଦା ସହରର ଭାରତ ମେଡିକାଲ ଛକ ,ଷ୍ଟେସନ ବଜାର,ଲାଲବଜାର, ଦାରଗାଢ଼ଇ ଗୋଲେଇ ଏବଂ ବାଘରା ରୋଡ଼ ଭଲି ସ୍ଥାନରେ ଏହି ବେଆଇନ ଲଟେରୀ ଟିକଟ ବିକ୍ରି ଚାଲିଥିଲା। ଆଜି ବାରିପଦା ଟାଉନ ପୋଲିସ ଚଢାଉ କରି ୪ ଜଣ ଲଟେରୀ ବିକାଳୀକୁ ଗିରଫ କରିବା ସହ ବିପୁଳ ପରିମାଣରେ ଲଟେରୀ ଟିକେଟ ଏବଂ ୭ ହଜାର ୪ସହ ଟଙ୍କା ଜବତ କରିଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ପୂର୍ବରୁ ମଧ୍ୟ ଏହି ଟିକଟ ଭେଣ୍ଡର୍ ମାନେ ଜେଲ୍ ଯାଇଥିଲେ ମଧ୍ୟ ଅଳ୍ପଦିନରେ ଜାମିନ ପାଇ ବାହାରକୁ ଆସି ପୁଣି କାରବାର ଆରମ୍ଭ କରିଥିଲେ। ତେବେ ଏହି ୪ ସମେତ ଅନ୍ୟ ଯେଉଁମାନେ ଘଟଣା ରେ ଜଡିତ ଅଛନ୍ତି ସେମାନଙ୍କୁ ମଧ୍ୟ ତଦନ୍ତ ପରିସରକୁ ନିଆଯିବ ବୋଲି କହିଛନ୍ତି ବାରିପାଦା ଟାଉନ ଥାନା ଅଧିକାରୀ ଶ୍ରୀଯୁକ୍ତ ବିରେନ୍ଦ୍ର ସେନାପତି,

Related Posts

About The Author

Add Comment