କଳାହାଣ୍ଡି , 28.01.2021 (ସନ୍ଧାନ ନିଉଜ୍):– ଭବାନୀପାଟଣାରେ ଠକେଇ, ଉତ୍ତରପ୍ରଦେଶରୁ ଗିରଫ। ଭବାନୀପାଟଣାରୁ ଅନଲାଇନ ଠକେଇ ମାମଲାରେ ଉତ୍ତରପ୍ରଦେଶ ହମିରପୁରରୁ ୫ଜଣ ସାଇବର ଠକ ଗିରଫ ହୋଇଛନ୍ତି । ମୋବାଇଲ୍ ଫୋନ୍ ଜରିଆରେ ଅଭିଯୁକ୍ତ ଲଟେରୀ ଟଙ୍କା ପୈଠ ଲୋଭ ଦେଖାଇ ଅନଲାଇନ ଠକେଇ କରୁଥିଲେ । ଗିରଫ ୫ ଜଣ ହେଲେ ଅଭିଳାଷ ସିଂ, ପରବେଜ ଅହମ୍ମଦ, ଓ୍ବହିଦ ଖାଁନ, ସାହାରୁଖ ଖାନ୍, ଜୁନେଦ ଏହମ୍ମଦ । ଅଭିଯୁକ୍ତଙ୍କ ଠାରୁ ମୋଟ୍ ୫୨ ହଜାର ୩୮୮ ଟଙ୍କା ତଥା ୧୦ ଗୋଟି ମୋବାଇଲ ଜବତ କରାଯାଇଛି। ଗତ ୯ ତାରିଖ ଭବାନୀପାଟଣା ଟାଉନ ଥାନାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଗଂଗାଧର ସୁବୁଦ୍ଧି ୨ ଲକ୍ଷ ୬୮ ହଜାର ଟଙ୍କା ଠକେଇ ଅଭିଯୋଗ ମାମଲା ରୁଜୁ ପରେ କଳାହାଣ୍ଡି ପୋଲିସର ୩ ଗୋଟି ସ୍କାର୍ଡ ଗଠନ କରି କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭବାନୀପାଟଣା ଏସଡିପିଓ ସତ୍ୟନାରାୟଣ ସୁବୁଦ୍ଧି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଲଟେରି ଲୋଭ ଦେଖାଇ ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଲେ
|
January 28, 2021 |