ଚଣ୍ଡିଖୋଲ, ୨୮/୦୮/୨୦ (ସନ୍ଧାନ ନିଉଜ) -ଚଳିତ ମାସରେ ସାତଗୋଟି ଲଘୁଚାପ ଫଳରେ ବର୍ଷାଜଳ ଜମିରହି ଅନେକ ଚାଷ କ୍ଷେତ ନଷ୍ଟ କରିବା ସହ ଘରଦ୍ୱାର ଉଜାଡି ଦେଇଛି । ଯାଜପୁର ଜିଲ୍ଲା ବଡଚଣା ବ୍ଳକର ସମସ୍ତ ପଂଚାୟତ ଚାଷକ୍ଷେତ ପ୍ରାୟ ୧୫ଦିନ ହେବ ବୁଡି ରହିଅଛି । ବର୍ଷା କମିଥିଲେ ସୁଦ୍ଧା ଅନେକ ସ୍ଥାନରେ ଏବେ ବି ବର୍ଷାପାଣି ଜମିରହି ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବିରୂପା, ଗେଙ୍ଗୁଟି, କେଲୁଅ ନଦୀସହ ଶାଖା ପାଟନାଳି ଗୁଡିକ ଏବେ ପାଣି ଭରି ରହିଛି । ଚାଷ କ୍ଷେତ ତଥା ଗ୍ରାମ ମଧ୍ୟରେ ପଶିଥରବା ପାଣି ନିଷଯକାସନ ହୋଇ ନପାରି ଘୋର ସମସ୍ୟା ସୃଷ୍ଟି କରୁଅଛି । ଉପର ମୁଣ୍ଡରେ ବର୍ଷା କାରଣରୁ ମହାନଦୀର ଶାଖା ନଦୀ ବିରୂପା, ଗେଙ୍ଗୁଟି ଓ କେଲୁଅରେ ଜଳସ୍ଥର ବୃଦ୍ଧି ପାଇବାରେ ଲାଗିଛି । ସେହିପରି ବ୍ରାହ୍ମଣୀ ନଦୀର ଜଲସ୍ଥର ବୃଦ୍ଧି ପାଇବାରୁ ତଳିଆ ଅଂଚଳ ଏବେ ବନ୍ୟାପ୍ଳାବିତ ହେବାରେ ଲାଗିଛି । ୨୦ ହଜାର ହେକ୍ଟର ଧାନ, ବିରି, ମୁଗ, କୋଳଥ ଏବଂ ମାଛ ପନିପରିବା ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । କରୋନା ମହାମାରୀ ତାଣ୍ଡବରେ ଜର୍ଜରିତ ଲୋକମାନେ ବିଶେଷ କରି ରାଜ୍ୟ ବାହାରୁ ଆସିଥିବା ପ୍ରବାସୀ ପ୍ରାୟ ବ୍ଳକରୁ ୨୦ ହଜାରୁ ଉର୍ଦ୍ଧ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଜଳ ନିଷ୍କାସନର ଉପଯୁକ୍ତ ସ୍ଥାୟୀ ବ୍ୟବସ୍ଥା ନଥିବାରୁ ପ୍ରତ୍ୟେକ ବର୍ଷ ଜଳ ଜମିରହି ଚାଷୀମାନଙ୍କୁ କ୍ଷତି ପହାଂଚାଇଛି । ପରିବା ଚାଷ ନଷ୍ଟ ହେବାରୁ ପରିବାଦର ଏବେ ଆକାଶଛୁଆଁ ହୋଇ ଖାଉଟିଙ୍କ ଉପରେ ଆର୍ଥୀକ ବୋଝ ପଡିଛି । ଭାରତୀୟ ଜନତାପାର୍ଟି ପକ୍ଷରୁ ଶୁକ୍ରବାର ଚଣ୍ଡିଖୋଲସ୍ଥିତ କାର୍ଯ୍ୟାଳୟରେ ଚାଜ୍ୟ ସଂପାଦକ ଅମର ନାୟକ ଏକ ପ୍ରେସ ଇସ୍ତାହର ଜାରୀ କରିଛନ୍ତି । କୃଷି ଓ ବ୍ଳକ ପ୍ରଶାସନ ଅଧିକାରୀ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ବାସ୍ତବ କ୍ଷୟ କ୍ଷତିର ଆକଳନ କରନ୍ତୁ । ଏଭଳି ଘଡିସନ୍ଧି ମୁହୁର୍ତରେ କୃଷକ ସମାଜର ଆର୍ଥୀକ ଦୁଶ୍ଚିନ୍ତା ଦୂର କରିବା ଲାଗି ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଉ । ଚାଷ ଜମିରୁ ଜଳ ନିସ୍କାସନ, ଫସଲ ନଷ୍ଟ ହୋଇଥିବା ଚାଷୀଙ୍କ କୃଷିଋଣ ସଂପୂର୍ଣ୍ଣ ଛାଡ, ପୁର୍ନବାର ଚାଷ କରିବା ପାଇଁ ବିହନ, ସାର, କୀଟନାଶକ ଔଷଧ ସ୍ୱଳ୍ପ ମୁଲ୍ୟେô ପ୍ରଦାନ ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ପି.ଏନ.କିସାନ ଓ କାଳିଆ ଯୋଜନାରେ ଅର୍ନ୍ତଭୁକ୍ତ କରିବା ସହ ବାସହରା ଲୋକମାନଙ୍କୁ ଥଇଥାନ ସହଶୁଖିଲା ଓ ରନ୍ଧାଖାଦ୍ୟ ତୁରନ୍ତ ପ୍ରଦାନ କରିବାକୁ ଶ୍ରୀ ନାୟକ ଦାବୀ କରିଛନ୍ତି । ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ପାଇଁ ୭ ଦିନରେ ରିଲିଫ ପ୍ରଦାନ ପାଇଁ ମଧ୍ୟ ସେ ଦାବୀ କରିଛନ୍ତି ।
ଲଘୁଚାପ ବର୍ଷା ଭାଙ୍ଗିଲା ଚାଷୀଙ୍କ ମେରୁଦଣ୍ଡ, ବନ୍ୟା ଆଶଙ୍କାରେ ଆତଙ୍କିତ ଲୋକେ କ୍ଷତିପୂରଣ ଓ ଥଇଥାନ ଦାବୀ କଲା ବଡଚଣା ବିଜେପି
|
August 28, 2020 |
