ଲଗାଣ ବର୍ଷା ପାଣି ରେ ଉଛୁଳିଲା ତଲସରା ଡ୍ୟାମ ୨ଟି ଗେଟ ଖୋଲା ହେଲା,କେତେକ ଅଞ୍ଚଳର ଚାଷଜମି ପ୍ରଭାବିତ

Spread the love

ସୁନ୍ଦରଗଡତା:୨୫/୭/୨୦୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବର୍ତ୍ତମାନ ଲଘୁଚାପ ଲଗାଣ ବର୍ଷା ରେ ପ୍ରତି ଦିନ ବର୍ଷା ସହିତ ଘଡ ଘଡି ବିଜୁଳି ର ପ୍ରକୋପ ଦେଖିବାକୁ ମିଳିଛି ବାଲିଶଙ୍କରା, ସବଡେଗା, ଲେଫ୍ରିପଡା, ବଡ଼ ଗାଁ ଅଞ୍ଚଳ ରେ l ଉକ୍ତ ବର୍ଷା ବିଜୁଳି ତାଣ୍ଡବ ରେ ସମସ୍ତ ଜମି ବାଡ଼ି, ନଦୀ ନାଳ ରେ ପାଣି ପୁରି ରହିଥିବା ଦେଖିବାକୁ ମିଳିଛି l ବାଲିଶଙ୍କରା ବ୍ଲକ ତଲସରା ଡ୍ୟାମ ରେ ଅତ୍ୟଧିକ ପାଣି ପୁର୍ଣ ହେବା ଯୋଗୁଁ ଗତ କାଲି ରାତି ୧ ଟା ସମୟ ରେ ୨ ଟି ଗେଟ ଖୋଲା ଯାଇଥିବା ଦେଖିବାକୁ ମିଳିଛି l ବର୍ଷା ପାଣି ରେ ଏମିତି ସବୁ ଜମିରେ ପାଣି ପୁରି ରହି ଥିବା ବେଳେ ଡ୍ୟାମ ର ଗେଟ ଖୋଲି ଦେବାରୁ ଆହୁରି ଚାଷ ଜମି ପ୍ରଭାବିତ ହୋଇଥିବା ଜନ ସାଧାରଣଙ୍କ ସୂତ୍ର ରୁ ପ୍ରକାଶ l କ୍ରମାଗତ ଭାବରେ ଏକ ମାସ ଧରି ଲଘୁଚାପ ରେ ଚାଷୀ ଚିନ୍ତାରେ ଥିବାବେଳେ ଡ୍ୟାମ ରୁ ଗେଟ ଖୋଲିବାରେ ଚାଷୀଙ୍କ ଅନେକ କ୍ଷତି ହେବାର ସୂଚନା ରହିଛି ।ସ୍ଥାନୀୟ ଚାଷୀ ଏବେ ଚିନ୍ତାରେ ଥିବା ଜଣାପଡିଛି ।

Related Posts

About The Author

Add Comment