ଧର୍ମଶାଳା ୨୬/୧୦ (ସନ୍ଧାନ ନିଉଜ) ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଧର୍ମଶାଳା ବ୍ଲକ୍ ଅଂଚଳରେ ଜନଜୀବନ ପ୍ରଭାବିତ ହେବା ସହିତ ଅଧିକାଂଶ ଖାଲୁଆ ଚାଷ ଜମି ଜଳାର୍ଣ୍ଣବ ହୋଇପଡିଛି । ଅଧିକାଂଶ ଦୋକନ ବନ୍ଦ ରହିଥିବା ବେଳେ ଛକ ବଜାର ଖାଲି ଖାଁ ଖାଁ ରହିଥିଲା । ଲଗାଣ ବର୍ଷା ସାଙ୍ଗକୁ ୨ ଦିନ ଧରି ବିଦୁ୍ୟତ୍ ସେବା ବାଧାପ୍ରାପ୍ତ ହେବା ଫଳରେ ସାଧାରଣ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ମାନଙ୍କରେ ଉପସ୍ଥାନ କମ୍ ଥିବା ଦେଖିବାକୁ ମିଳିଥିଲା । ସେହିପରି ଅଧିକାଂଶ ଚାଷଜମିରେ ହୋଇଥିବା ପନିପରିବା ଫସଲଠାରୁ ଆରମ୍ଭ କରି ଧାନଚାଷ କ୍ଷତିଗ୍ରସ୍ତ ହୋଇଛି । ଚାଷଜମିରୁ ତୁରନ୍ତ ପାଣି ନିଷ୍କାସନ ନ ହେଲେ ଫସଲ ହାନୀ ହେବା ଆଶଙ୍କା ରହିଛି । ଗୁରୁବାର ରାତି ସୁଦ୍ଧା ଧର୍ମଶାଳା ବ୍ଲକ୍ ଅଂଚଳରେ ୧୧୦ ମିଲିଲିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
ଲଗାଣ ବର୍ଷାରେ ଜୀବନ ଯାତ୍ରା ବାଧାପ୍ରାପ୍ତ
|
October 26, 2019 |
