ରାଉରକେଲା, 22.01.2021(ସନ୍ଧାନ ନିଉଜ୍):– ଭୟାବହ ଅଗ୍ନିକାଣ୍ଡ। ବିଶ୍ରା ବ୍ଲକ କପରଣ୍ଡା ଗାଁରେ ନିଆଁ ଲାଗି ଜଳିଗଲା ଧାନ ଏବଂ ପାଳଗଦା । କପରଣ୍ଡା ଗାଁର ମହତ୍ମାଟୋଲରେ ଇଲେକ୍ଟ୍ରିସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ ହୋଇଯାଇଛି । ଏହି ନିଆଁରେ ଟୁନା ମିଞ୍ଜଙ୍କ ସମସ୍ତ ଧାନ ଗଦା ପୋଡିଜଳି ପାଉଁଶ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଧାନ ଗଦା ମାଲିକ ବହୁ କ୍ଷତି ସହିଛନ୍ତି। ଏପରି କି ସେ ଦୁଃଖରେ ଭାଙ୍ଗି ପଡିଛନ୍ତି ।
ଲକ୍ଷାଧିକ ଟଙ୍କାର ଧାନ ପୋଡିଜଳି ପାଉଁଶ
|
January 22, 2021 |



