ବାଲିଗୁଡା,୧୭/୦୯ (ସନ୍ଧାନ ନିଉଜ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । କ.ନୂଆଗାଁ ଥାନା ଅଂଚଳରୁ ବ୍ରହ୍ମପୁର ଦେଇ କଲିକତାକୁ ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ । ୧୧୩କେଜି ୫୦୦ଗ୍ରାମ୍ ଗଞ୍ଜେଇ ସହ ୭ଜଣ ଗଞ୍ଜେଇ ମାଫିଆ ଗିରଫ । ଚାଲାଣକାରୀଙ୍କ ନିକଟରୁ ଗୋଟିଏ ମୋଟରସାଇକେଲ,ଗୋଟିଏ ଇଣ୍ଡିକା କାର୍ ଓ ଗୋଟିଏ ପିକ୍ଅପ୍ ଭ୍ୟାନ୍ ସମେତ ସାତୋଟି ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ୍ ପୋଲିସ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୬ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । କ.ନୂଆଗାଁ ପୋଲିସ୍ ପକ୍ଷରୁ ଅଂଚଳରେ ରାତ୍ରୀ କାଳୀନ ପେଟ୍ରୋଲିଂ ଚାଲୁଥିବା ସମୟରେ ପୋଲିସ୍ କୁ ଦେଖି ଗଞ୍ଜେଇ ଭର୍ତ୍ତି ପିକ୍ଅପ୍ ଭ୍ୟାନ୍ ସମେତ ଗୋଟିଏ କାର୍ ଓ ଗୋଟିଏ ମୋଟରସାଇକେଲ ଦୃତଗତିରେ ପଳାଇ ଯିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ପୋଲିସ୍ ପିଛା କରିବା ସହ ପୁରୁଣା ନୂଆଗାଁ ଶିବ ମନ୍ଦିର ନିକଟରେ ତିନୋଟି ଗାଡ଼ିକୁ ଅଟକାଇବା ସହ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଗିରଫ ସାତ ଜଣଙ୍କ ମଧ୍ୟରୁ ୬ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଂଚଳର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୁଲିସ୍ ଚଢାଉ କରି ଏକ କାର ସହ ୧୦୨ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଥାନାଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ସୂଚନା ଅନୁଯାୟୀ ଏକ ମାରୁତି ସୁଜୁକି କାରରେ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସର ଏକ ଟିମ୍ ମାଝିପଡା ଠାରେ ଚଢାଉ କରିଥିଲା। ଚଢାଉ ବେଳେ କାରରୁ ୧୦୨ କେଜି ଗଞ୍ଜେଇ ମିଳିଥିଲା। ପୁଲିସ କାର ସହ ଗଞ୍ଜେଇ ଜବତ କରିବା ସହ କାର ଡ୍ରାଇଭର ସାଡିଙ୍ଗିଆ ପଂଚାୟତ ଅନ୍ତର୍ଗତ ଲେଣ୍ଡ୍ରିଗାଁର ଅନାମିକା ଦିଗାଲ(୨୯)କୁ ଗିରଫ କରିଥିଲା। ଅଭିଯୁକ୍ତ ବିରୋଧରେ ଏନଡିପିଏସ ଆକ୍ଟରେ ମାମଲା ନଂ ୭୮/୨୦୨୦ ରୁଜୁ କରି ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି। ରିପୋର୍ଟର ଲିଙ୍ଗରାଜ ପଣ୍ଡା
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ : ୭ଗିରଫ, ମୋଟରସାଇକେଲ ସହ ପିକ୍ଅପ୍ ଭ୍ୟାନ୍ ଓ କାର୍ ଜବତ
|
September 17, 2020 |



