ସୁନ୍ଦରଗଡ ତା:୧୩/୧୧/୨୦୨୫( ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ସବଡେଗା ବ୍ଲକର ସବଡେଗା ରେ ପାନୀୟଜଳ କୁ ନେଇ ବିଭିନ୍ନ ସମୟରେ ଅସୁବିଧା ଦେଖାଦେଉଛି । ଏହି କ୍ରମରେ ସବଡେଗା ର ବିଭିନ୍ନ ସ୍ଥାନରେ ପାଣି ପାଇପ ଫାଟିବା ଫଳରେ ସେହି ଫାଟ ଦେହରେ ନାଲିର ମଇଳା ପାଣି ପଶି ପିଇବା ପାଣିରେ ମିଶୁଥିବା ଅଭିଯୋଗ ହେଉଥିବା ସୂଚନା ରହିଛି । ଏହାକୁ କେନ୍ଦ୍ରକରି ସ୍ଥାନୀୟ ସରପଞ୍ଚ ଙ୍କୁ ଅବଗତ କରାଯାଇଥିଲା ଓ ଅନେକ ସମୟ ଧରି ଲିଖିତ ଅଭିଯୋଗ କରିଥିବା ବୋଲି ସେ ନିଜ ମତ ରଖିଥିଲେ । ସ୍ଥାନୀୟ ଆର.ଡବଲ୍ଲୁ. ଏସ.ଏସ ଙ୍କ ଉଦାସୀନ ମନୋଭାବ ଅଞ୍ଚଳର ଲୋକଙ୍କୁ ଅନେକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା କରାଯାଉଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ସହିତ ବ୍ଲକ କତୃପକ୍ଷ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।



