ଭଦ୍ରକ ଲୋକସଭା ସଦସ୍ୟ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ ଙ୍କ ସଭାପତିତ୍ବ ରେ ଭଦ୍ରକ ରୋଗୀ କଲ୍ୟାଣ ସମିତି ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକ ରେ ଚାନ୍ଦବାଲି ବିଧାୟକ,ଭଣ୍ଡାରିପୋଖରୀ ବିଧାୟକ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ଭଦ୍ରକ ପୌରପାଳିକା ଅଧ୍ୟକ୍ଷ, ଯୋଗ ଦେଇ ଜିଲ୍ଲା ର ସ୍ବାସ୍ଥ୍ୟ ସେବା ସଂପର୍କ ରେ ଆଲୋଚନା ହୋଇ ଥିଲା। ଜିଲ୍ଲା ର ପ୍ରତି ବ୍ଳକ ରେ ରୋଗୀ ମାନେ କିପରି ଉତ୍ତମ ସ୍ବାସ୍ଥ୍ୟ ଚିକିତ୍ସା ପାଇବେ ତାର ପ୍ରତିଟି ଦିଗ ସଂପର୍କ ରେ ଆଲୋଚନା ହୋଇ ଥିଲା ରୋଗୀ ମାନଙ୍କୁ ଉନ୍ନତ ମାନର ଔଷଧ ଯୋଗାଇ ଦେବାକୁ ଭଣ୍ଡାରିପୋଖରୀ ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ ମଲ୍ଲିକ ଦାବି କରିଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
ରୋଗୀ କଲ୍ୟାଣ ସମିତି ଗଭର୍ଣିଂବଡି ର ଗ୍ରୁରୁତ୍ୱପୂର୍ଣ୍ଣ ବୈଠକ
|
April 11, 2026 |



