ରୋଗୀଙ୍କ କାର୍ଯ୍ୟରେ ଆସୁନି ଗଡମଧୁପୁର ପୁରାତନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର, ସରକାରଙ୍କ ଉପରେ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ହୋଇପାରେ ବଡଧରଣର ବିଦ୍ରୋହ

Spread the love

ଧର୍ମଶାଳା, (ସନ୍ଧାନ ନିୟୁଜ/ମାନସ ରାଉତ): ଯାଜପୁର ଜିଲ୍ଲାର ୮୩ ବର୍ଷ ତଳର ବହୁ ପୁରାତନ ୧୯୩୫ ମସିହାରେ ମଧୁପୁର ଷ୍ଟେଟର ରାଜା ନାରାୟଣ ଚନ୍ଦ୍ର ଧିର ନରେନ୍ଦ୍ର ପ୍ରଜାମାନଙ୍କ ଉଦେ୍ଦଶ୍ୱରେ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିଛି । ସ୍ୱାଧିନତା ପୂର୍ବ ପୂର୍ବରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ ମାନଙ୍କ ସେବାପାଇଁ ଓ ପ୍ରଜାମାନଙ୍କ ପାଇଁ ବହୁ ମହତ ଉଦେ୍ଦଶ୍ୱରେ ଚାରିଟେବୁଲ ଡିସେପ୍ନେସରୀ ନିର୍ମାଣ କରିଥିଲେ । ପ୍ରଥମତଃ ଏହା ହୋମିଓପାତିକି ଚାଲିଥିଲା । ପରେ ସରକାର ନିଜ ହାତକୁ ଏଲୋପାତିକି ସ୍ୱାସ୍ଥ୍ୟ କେନ୍ଦ୍ର କରିଥିଲେ । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଶତାଧିକ ଗ୍ରାମର ବାସିନ୍ଦା ନିର୍ଭର କରୁଥିଲେ ଏବଂ ରୋଗୀସେବା ପାଉଥିଲେ । ସେତେବେଳେ ଆଖପାଖରେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ନଥିଲା । ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଓ ଢୈଙ୍କାନାଳ ଅଂଚଳରୁ ରୋଗୀମାନେ ବହୁଳ ଆସୁଥିଲେ । ଏଠାରେ ଡାକ୍ତର, ଫାର୍ମାଶିଷ୍ଟ, ନର୍ସ,ଡ୍ରେସର, ଆଟିନାଂଟ, ଓାଚର, ସୁଇପର ଓ କୁକର ପ୍ରଭୁତି ପୋଷ୍ଟ ଥିଲା । ଏଠାରେ ଷ୍ଟାଫ କ୍ୱାଟର ମହଜୁଦ ଥିଲା । ଷ୍ଟାଫ ମାନେ ମଧ୍ୟ ଦିବାରାତ୍ର ରୋଗୀସେବା କରୁଥିଲେ । ବର୍ତମାନ ଏହି ପୁରାତନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ ନାହିଁରେ ଜରାଜୀର୍ଣ୍ଣ ଅବସ୍ଥାରେ ଢୋକେ ପିଇ ଦଣ୍ଡେ ଜୀଇ ଭଳି ଚାଲିଛି । କିନ୍ତୁ ରୋଗୀସେବା ବିପର୍ଯ୍ୟସ୍ଥ ଦେଖାଦେଇଛି । ଏହି ଡାକ୍ତରଖାନାରେ ଡାକ୍ତର ପଦବୀ ଓ ଫାର୍ମାଶିଷ୍ଟ ପଦବୀ ଖାଲି ପଡିଥିବା ବେଳେ ୩/୪ ଜଣ ଷ୍ଟାଫରେ ମାତ୍ର ସକାଳଓଳା ଖୋାଲଯାଇ ଦିବା ୧୨ଟାରେ ବନ୍ଦ ରହୁଛି । ଅପରାହ୍ନ କିମ୍ବା ରାତ୍ରରେ ରୋଗୀମାନେ ସେବା ପାଇବାରୁ ବଂଚିତ ହୋଉଛନ୍ତି । ଉକ୍ତ ଡାକ୍ତରଖାନାର ସମସ୍ତ ପାରିଶ୍ରମିକ ଓ ଭିତିଭୁମି ଥାଇ ଶ୍ରୀହିନ ପାଲଟିଛି । କ୍ୱାଟର ଓ ଡାକ୍ତରଖାନା ରିପାରିଂ ଓ ଚୂନ ମାରିବା ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କା ଅଯଥା ଖର୍ଚ୍ଚ ହେଉଛି । ଷ୍ଟାଫ ନରହିବା ଫଳରେ ଚୋରମାନେ କବାଟ ଝରକା ଭାଙ୍ଗି ଚୋରିକରି ନେଉଛନ୍ତି । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ ଏକ ରୋଗୀଘର ଉଦଘାଟିତ କରିଥିଲେ । ସେ ଘର ଭାଙ୍ଗିବା ସହ ଗୋରୁ ଗୁହାଳରେ ପରିଣତ ହୋଇଛି । କ୍ୱାଟର ମଧ୍ୟ ଯଥା ଅବସ୍ଥା ହୋଇଛି । ଏହି ଡାକ୍ତରଖାନା ପ୍ରତି ସ୍ୱାସ୍ଥ୍ୟ ବିଭାଗର ହୀନମାନ୍ୟତା ଥିବାର ପରିଲକ୍ଷିତ ହେଉଛି । ଯାଜପୁର ସିଡିଏମକୁ ପଚାରିବାରୁ ମୁଁ କଣ କରିବି, ମୋ ହାତରେ କଣ ଅଛି ବୋଲି କହି ଖସି ଯାଉଛନ୍ତି । ଏହି ଡାକ୍ତରଖାନା ବର୍ତମାନ ବହୁ ବାଧାବିଘ୍ନରେ ଗତି କରୁଥିଲେ ମଧ୍ୟ ସରକାରୀ ଦଳର ରାଜନେତା ଲୋକପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ହୋଇଥିବାର ପରିଲକ୍ଷିତ ହୋଇଛି । ଯାଜପୁର ଜିଲ୍ଲାପାଲଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଏଥିପ୍ରତି ରାଜ୍ୟ ସ୍ୱାସ୍ଥ୍ୟ ସଚ୍ଚିବ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିବାରୁ ଜନସାଧାରଣରେ ଦାବୀ ହୋଇଛି ।

Related Posts

About The Author

Add Comment