ରୋଗୀଙ୍କୁ ଦଇବ ସାହା :ଅପହଞ୍ଚ ଇଲାକାରେ ଫାର୍ମାସିଷ୍ଟଙ୍କ ଦ୍ଵାରା ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର

Spread the love
ବାଲିଗୁଡା,୨୮/୧୧ /୨୧(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ ଗ୍ରାମ ପଞ୍ଚାୟତରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କେବଳ ଜଣେ ଫାର୍ମାସିଷ୍ଟ ଭରଷାରେ ଚାଲିଥିବା ଦେଖିବାକୁ ମିଳୁଛି | ସେ ଯଦି ନ ଆସନ୍ତି ତେବେ ତାହା ବନ୍ଦ ରୁହେ ,ଯଦି ସେ ଆସନ୍ତି ତେବେ ମାତ୍ର ଦିନ ୧୦ଟା ରୁ୧୨ଟା  ମଧ୍ୟରେ ଖୋଲା ରହେ  ୧୨ ଟା ପରେ ବନ୍ଦ କରି ଚାଲିଯାନ୍ତି |ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରହିବା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କାରେ ବିଲଡିଂ ନିର୍ମାଣ ହୋଇଛି କିନ୍ତୁ ତାହା ଏବେ ଭୁତକୋଠି ପାଲିଟିଛି।ଟିକାବାଲି ବ୍ଲକର ଏହି ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ବିଛିନ୍ନାଅଞ୍ଚଳ ରେ ଅବସ୍ଥିତ ଏଠାରେ ଗମନା ଗମନ ଏବଂ ମୋବଇଲ ନେଟୱାର୍କ ନଥିବା ହେତୁ ସହଜରେ ଯୋଗାଯୋଗ କରିବା କଷ୍ଟ ଓ ମୁଖ୍ୟ ସହର ଟିକାବାଲି ଠାରୁ 20ରୁ 25 କିଲୋମିଟର ଦୂରରେ ଅବସ୍ଥିତ ତେଣୁ ସରକାର ଚିନ୍ତାକରି ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ନିର୍ମାଣ କରିଥିଲେ | ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ଅଞ୍ଚଳକୁ ଯିବାକୁ ହେଲେ ଘାଟି ପାହାଡ ଅତିକ୍ରମ କରି ଯିବାକୁ ପଡିଥାଏ। ଏହି ଗ୍ରାମ ପଞ୍ଚାୟତ 17 ଟି ଓ୍ବାର୍ଡ କୁ ନେଇ ଗଠିତ, ଜନସଂଖ୍ୟା ପାଖାପାଖି 5000ରୁ ଉର୍ଦ୍ଧ ହେବ, ଗ୍ରାମ ପଞ୍ଚାୟତର ଦୁରତ୍ବ ପ୍ରାୟ ୯ ରୁ ୧0 କିମି ବ୍ୟାସାର୍ଧ ମଧ୍ୟରେ ନଦୀ,ନାଳ, ପାହାଡ,ପର୍ବତ ଡେଇଁ ଗ୍ରାମ ଗୁଡିକ ରହିଛି।ଗାର୍ଡିଙ୍ଗିଆର ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ଥ ହୋଇ ପଡିଥିବା ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ।ଏହା ଦିର୍ଘଦିନ ହେବ ଡାକ୍ତରଙ୍କ ଅଭାବ ରହିଥିବା ହେତୁରୁ ଅଞ୍ଚଳବାସୀ ବହୁ ଅସୁବିଧାର ସମୁଖିନ ହେଉଥିବା ଅଭିଯୋଗ ମଧ୍ୟ ହେଉଛି।ସାମାନ୍ୟ ଦେହ ଅସୁସ୍ଥ ହେଲେ ମଧ୍ୟ 20ରୁ25 କିମି ଟିକାବାଲି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗିକୁ ଆଣିବାକୁ ପଡୁଥିବା ଅଞ୍ଚଳବାସୀ ପ୍ରକାଶ କରନ୍ତି।ଏହି ଅଞ୍ଚଳରୁ ଗୁରତର ରୋଗିକୁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବାକୁ ହେଲେ ଅଟୋ ହିଁ ଭରଷା ଆମ୍ବୁଲାନସ ଏହି ମାନଙ୍କ ପାଇଁ ସାତସପନ,ଏହି ଅଞ୍ଚଳର ନା ଶୁଣିଲେ ଆମ୍ବୁଲାନସ ଡ୍ରାଇଭର ମାନେ ନାରାଜ ହେଉଥିବା ବିଷୟ  କିଛି ମହିଳା ମାନେ ଅଭିଯୋଗ କରନ୍ତି।ଏବାବଦରେ ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଡାକ୍ତର ଏବଂ କର୍ମଚାରି ଅଭାବ କଥା ପ୍ରକାଶ କରିଥିଲେ। ଟିକାବାଲି ରେ ଥିବା ଡାକ୍ତର ମାନଙ୍କ ମଧ୍ୟରୁ ଜଣେ ଡାକ୍ତର ଙ୍କୁ ଏହି ଗାର୍ଡିଙ୍ଗିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇବା ପାଇଁ ସାଧାରଣ ରେ ଦାବି ହେଉଛି |କାରଣ ଦିନ ଥିଲା ଡାକ୍ତର ଠାରୁ ଆରମ୍ଭ କରି ନର୍ସ, ଫାର୍ମାସିଷ୍ଟ,ପିଅନ ସମସ୍ତେ ଥିଲେ, କିନ୍ତୁ ବର୍ତମାନ ଏଠାରେ ଡାକ୍ତର ଅଭାବ ଷ୍ଟାପ ଅଭାବ ଦେଖିବାକୁ ମିଳୁଛି ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳରେ ଦାବି ହେଉଛି ଓ ୨୪ ଘଣ୍ଟିଆ  ସ୍ୱାସ୍ଥ୍ୟ ସେବା ଯୋଗାଇ ବାକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ପ୍ରବଳ ଦାବୀ ହେଉଛି l

Related Posts

About The Author

Add Comment