ଯାଜପୁର, ୨୩ /୦୬ (ସନ୍ଧାନ ନିଉଜ) ଭାରତୀୟ ରେଳ ବିଭାଗରୁ ଅବସର ନେବା ପରେ ଘରେ ନବସି କଳା କୁ ନିଜର ଜୀବନ ର ମୁଖ୍ୟ ବର୍ତୀ କରିଥିବା ଇଏ ହେଉଛନ୍ତି ଶ୍ରୀଯୁକ୍ତ ବୃନ୍ଦାବନ ମିଶ୍ର ,ଘର ଯାଜପୁର ଟାଉନ ସପନ ପୁରରେ । ଅନ୍ୱେଷଣ ଥଏଟ୍ର ର ସଭାପତି ଭାବେ ଦାୟୀତ୍ୱ ନେଇ ପାଖାପାଖି 18 ଜଣ କଳାକାର ମାନଙ୍କ ସହ ଯୋଡି ରହି ବେଶ ଖୁସି ଥିବା ଶ୍ରୀ ମିଶ୍ର ଆମକୁ କହିଛନ୍ତି । ନିକଟ ରେ ଏହି ଗ୍ରୁପ ପକ୍ଷରୁ କରନା ସମ୍ଭାଡିୟ ଏକ ସଚେତନ ରୂପକ ଖୁଦ୍ର ଚଳଚିତ୍ରରେ ଜିଲାପାଳ ଭାବେ ଅଭିନୟ କରି ଲୋକ ମାନଙ୍କୁ ସଚେତନ ବାର୍ତା ପ୍ରଦାନ କରିଛନ୍ତି । ଅନ୍ୱେଷଣ ଗ୍ରୁପ ର ନିର୍ଦେଶକ ପ୍ରସନ ବିଶ୍ୱାଳ ଓ ଉପସଭାପତି ବରିଷ୍ଟ କଳାକାର ଶ୍ରୀ ଅଭିମନ୍ୟୁ ମିଶ୍ର ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ ଶ୍ରୀଯୁକ୍ତ ମିଶ୍ର ଜଣେ ମିଷ୍ଟଭାସି ଓ ମେଳାପୀ ଲୋକ ,ଅବସର ପରେ ଆମ ସହ ଯୋଡି ହୋଇ ଖାଲିଯେ ଅଭିନୟ କରୁନାହାନ୍ତି ବରଂ ବିଭିନ ସମାଜସେବା କାର୍ଯ୍ୟରେ ନିଜକୁ ନିଯୋଜିତ କରି ,ଜୀବନ ର ଶେଷ ମୁହୁର୍ତ କୁ ବେଶ ଉପଭୋଗ କରିପାରୁଛନ୍ତି, ଏଭଳି ସମୟରେ ତାଙ୍କ ସହଧାର୍ମିଣୀ , ପୁତ୍ର, ଝିଅ ମାନେ ମଧ୍ୟ ତାଙ୍କୁ ସବୁ ପ୍ରକାର ସହଯୋଗ କରୁଥିବା ଜଣାପଡିଛି |
ରେଳ ବିଭାଗର ଅବସର ପ୍ରାପ୍ତ କର୍ମଚାରୀ ନାଟକ ମାଧ୍ୟ୍ୟମରେ କରୁଛନ୍ତି କରୋନା ସଚେତନତା
|
June 23, 2020 |