ରେଡ୍ ଲାଇଟ୍ ଏରିଆ :   ଦେହର ହାଟରେ ଏବେ ଗରାଖ ନାହାନ୍ତି !  

Spread the love

ଭୁବନେଶ୍ୱର,୧୨/୦୪ (ସନ୍ଧାନ ନିୟୁଜ) : ଦେହର ହାଟରେ ଏବେ ଗରାଖ ନାହାନ୍ତି । ଈଶ୍ୱର ସାଜି ଦେହର ଭୋକ ମେଣ୍ଟେଇବାକୁ ଆସୁନାହାନ୍ତି ରାଜଧାନୀର ନାରୀ ମାଂସ ଲୋଭି ମଣିଷ । ଆଉ ଏହାର ପ୍ରଭାବ ପଡିଛି ସ୍ମାର୍ଟ୍ ସିଟିର ଡାର୍ଟି ଷ୍ଟ୍ରିଟ୍ ର ରୂପଜୀଵୀଙ୍କ ଉପରେ । ଘରେ ଅଛନ୍ତି ଯେତେ ସବୁ ଗରାଖ ଇଶ୍ଵର, ଆଉ ଏପଟେ ଆମେ ଭୋକିଲା ବାବୁ, ଖାଇବାକୁ ମିଳୁନି ଆମେ ଦେହର ଭୋକ ମେଣ୍ଟେଇବାକୁ କୁଆଡେ ଚିନ୍ତା କରିବୁ ବୋଲି ଆଖି ମଚ ମଚ କରି କାନ୍ଦିବା ମୁଦ୍ରାରେ କୁହନ୍ତି କିଛି ଦେହଜୀବୀ । ସେମାନଙ୍କ ଉପରେ ବି ପଡ଼ିଛି ମହାମାରୀ କରୋନାର ପ୍ରହାର । ଆଉ ସହିବାକୁ ପଡ଼ିଛି ଭୂତାଣୁ ର ତାଡନା । ତଥାପି ସବୁକିଛି ଶୀଘ୍ର ସ୍ଵାଭାବିକ ହେବ ବୋଲି ଆଶା ରଖିଛନ୍ତି ମାଳି ସାହିର ରୂପ ଜୀବୀ ।ମହାମାରୀ କରୋନା ଯୋଗୁଁ ସମଗ୍ର ଓଡ଼ିଶାରେ ଲକ୍‌ଡାଉନ୍ ଭଳି ସ୍ଥିତି ଉପୁଜିଛି । କରୋନା ପ୍ରଭାବ ଯୋଗୁଁ ବ୍ୟବସାୟୀମାନେ ବେଶ୍ ପ୍ରଭାବିତ ହୋଇଛନ୍ତି । ହେଲେ ଏଥିରୁ ବାଦ୍ ପଡି ନାହାନ୍ତିି ଓଡ଼ିଶାର ଦେହଜୀବୀ । ସେମାନଙ୍କ ପାଇଁ ଲକ୍‌ଡାଉନ୍ ଏକ ପ୍ରକାରର ଚିନ୍ତାର କାରଣ ପାଲଟିଛି । ଦେଶରେ ଥିବା ବଡ଼ ବଡ଼ ରେଡ୍ ଲାଇଟ୍ ଏରିଆ କୋଲକାତାର ସୋନାକାଛି ହେଉ ବା ମହାରାଷ୍ଟ୍ରର କାମଠିପୁରା । ଏପରିକି ଆମ ରାଜଧାନୀ ଭୁବନେଶ୍ୱରରେ ଥିବା ମାଳିସାହି ମଧ୍ୟ ଶୂନଶାନ ହୋଇ ପଡ଼ିଛି ।

Related Posts

About The Author

Add Comment