ରେଡେଚିଲ୍ଲୀ ହୋଟେଲ ଭିତରୁ ନାଗ ସାପ ଉଦ୍ଧାର

Spread the love

ଜଖପୁରା, ୨୬/୧୦/୨୦ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) : ଦାନଗଦି ବ୍ଲକ ପଙ୍କପାଳ ପଞ୍ଚାୟତ ମନୋହରପୁର ଛକ ମିଲେଟ୍ରି ରୋଡ଼ ପାଖରେ ଥିବା ରେଡ଼ଚିଲ୍ଲୀ ହୋଟେଲେ ରୁ ଆଜି ଏକ ନାଗ ସାପ ଉଦ୍ଧାର କରାଯାଇଛି । ସୂଚନାରୁ ପ୍ରକାଶ ଆଜି ଅପରାହ୍ନ ୩ ଟା ସମୟ ହେବ ଜଣେ ହୋଟେଲ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ହଠାତ୍  ହୋଟେଲ ଭିତରେ ଏକ ନାଗ ସାପ ଦେଖିଥିଲେ ସଙ୍ଗେ ସଙ୍ଗେ ହୋଟେଲର ମାଲିକ ସତ୍ୟନନ୍ଦ ବିଶ୍ୱାଳ ଙ୍କୁ ଜଣାଇଥିଲେ ଓ ଶ୍ରୀ ବିଶ୍ବାଳ ନିକଟରେ ଥିବା ମାନିତିରା  ସ୍ନେକ ହେଲ୍ପ ଲାଇନ କୁ ଯୋଗାଯୋଗ କରି ଥିଲେ ।  ଖବରପାଇ  ସ୍ନେକ ହେକ୍ପ ଲାଇନ୍ ର କର୍ମଚାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦେଓ  ଓ ତାଙ୍କ ସହଯୋଗୀ ଚିତ୍ତ ରଞ୍ଜନ ପଣ୍ଡା ପହଞ୍ଚି ନାଗସାପଟିକୁ ଉଦ୍ଧାର କରି ନିକଟରେ ଥିବା କାଜୁ ଜଙ୍ଗଲରେ ଛାଡ଼ି ଦେଇଥିଲେ । ହୋଟେଲ ଭିତରୁ ନାଗ ବାହାରିବା କାରଣରୁ ପ୍ରାୟ ଚାରି ଘଣ୍ଟା ଧରି ହୋଟେଲ ଚଳାଚଳ ବନ୍ଦ ରହିଥିଲା ।

Related Posts

About The Author

Add Comment