ରେଖିଦେଇପୁରୁ ରେ ଶ୍ରୀ ଶ୍ରୀ ଭଗବତେଶ୍ୱର ଠାରେ ସାଧାରଣ ତନ୍ତ୍ର ଦିବସ ପାଳିତ ଓ ସରସ୍ଵତୀ ପୂଜା ସହିତ ଶ୍ରୀମଦ ଭାଗବତ ଗୀତା ବଣ୍ଟନ

Spread the love

ଜେନାପୁର/୨୮/୦୧/ସନ୍ଧାନ ନିଉଜ୍ (ଆଲୋକ ବେହେରା) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ରେଖିଦେଇପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶ୍ରୀଶ୍ରୀ ଭଗବତେଶ୍ୱର ସେବାସମିତି ଆନୁକୂଲ୍ୟରେ ଗଠନ ହୋଇଥିବା ଶ୍ରୀ ଭଗବତେ ଶ୍ୱର ପାଠାଗାର ରେଖିଦେଇପୁର ଗ୍ରାମ ତରଫରୁ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି, ଏହି ଅନୁଷ୍ଠାନ ଟିକୁ ଆଖପାଖ ଅଞ୍ଚଳରବହୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା, ସାଧାରଣ ତନ୍ତ୍ର ଦିବସ ପାଳନ କରିବା ଶହ ମା ସରସ୍ଵତୀଙ୍କ ପୂଜା ବହୁ ଧୁମ୍ ଧାମରେ ପାଳିତ ହେଇଯାଉଛି, ଏହି ଅବସରରେ ବହୁ ସାଧୁ ସନ୍ଥମାନେ ଭାଗବତ ଚର୍ଚ୍ଚା କରିଥିଲେ। ଉକ୍ତ ଭାଗବତ ଚର୍ଚ୍ଚା ଓ ମା ସରସ୍ବତୀଙ୍କ ପୂଜାରେ ଗୋଗଦେଇଥିବା ସମସ୍ତ ଭକ୍ତ ମାନଂକୁ କମଟି ତରଫରୁ ଶ୍ରୀମଦ ଭାଗବତ ଗୀତା ପୁସ୍ତକ ବଣ୍ଟନ କରାଯାଇଥିଲା ।ଉକ୍ତ ଉର୍ତ୍ସବ ରେ ସମାଜ ସେବୀ ଏବଂ ଭଗବତୀ ପ୍ରେମୀ ଶ୍ରୀ ଆମ୍ବୁଜ ଚରଣ ମହାପାତ୍ର ,ଅର୍ତ୍ତାବନ୍ଧୁ ରାଉତ, ବଳରାମ ବଳ, ପ୍ରଭାତ ରାଉତ ଏବଂ କୁନା ବଳ ଉପସ୍ଥିତ ଥିଲେ ।ଏହାକୁ ପରିଚାଳନା କରିଥିଲେ ଶ୍ରୀ ଭାଗବତେଶ୍ୱର ସେବା ସମିତି ର ସଭାପତି ଏବଂ ସମ୍ପାଦକ ମଧୁସୂଦନ ମଲ୍ଲ, ଅଭିରାମ ରାଉତ ,ଅଜୟ କୁମାର ପରିଡ଼ା ।ପରିଶେଷରେ ସମାୟାନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା ଯେମିତି କି ,୭,୩୦.ରେ ପତ୍ତାକା ଉତ୍ତଳନ

୮.00 ରେ ମିଷ୍ଠାନ ବଣ୍ଟନ

୯.୩0 ରେ ସରସ୍ୱତୀ ପୂଜା ପାଠାଗାର ପୂଜା କରାଯାଇଥିଲା ଏବଂ ୧୧.୩୦. ରେ ଶ୍ରୀମଦ ଭାଗବତ ଗୀତା ପୁସ୍ତକ ବଣ୍ଟନ କରାଯାଇଥିଲା ।

 

Related Posts

About The Author

Add Comment