ଧର୍ମଶାଳା୩/୪ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ)ଧର୍ମଶାଳା ବ୍ଲକ ଅନ୍ତର୍ଗତ ରେଖିଦେଇପୁର ଗ୍ରାମପଞ୍ଚାୟତସ୍ଥ ପଞ୍ଚାୟତ ନୋଡାଲ ଉଚ୍ଚବିଦ୍ୟାଳୟ ରେଖିଦେଇପୁରରେ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଜରିଆରେ ପିଲାମାନଙ୍କ ମଧ୍ୟରେ ଶିକ୍ଷା ସଚେତନା କରାଯିଵାସହ ଅଭିଭାବକ ମାନଙ୍କୁ ମଧ୍ୟ ସଚେତନା କରାଯାଇଛି, ସାଧାରଣ ଲୋକେ ଅନେଇ ସଚେତନା ହେବାସହ ସେମାନଙ୍କ ପିଲାମାନଙ୍କୁ ପାଠପଢାଇଵା ଉଚିତ।,ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ଫ୍ଲାଗ କାର୍ଡ ଧରି ସ୍ଲୋଗାନ ଦେଇ ଏକ ବିଶାଳ ଶୋଭା ଯାତ୍ରାରେ ବାହାରି ରେଖିଦେଇପୁର, ପାଇକରାପୁର ଗ୍ରାମ ପରିକ୍ରମା କରି ସଚେତନା କରାଇଥିଲେ, ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ,ଶିଶୁ ହସିଲେ ଦେଶ ହସିବ, ଜାତି ଅଜାତି ଭେଦଭାବ ଗୁଣାତ୍ମକ ଶିକ୍ଷା ସଭିଙ୍କ ପାଇଁ, ଶିଶୁଟିକୁ ଶିକ୍ଷା ସଭିଏଁ ଦବା ନାମ ଲେଖା ପାଇଁ ଗାଁ ସ୍କୁଲକୁ ଯିବା, ଦଣ୍ଡଭୟ ନାହିଁ ପାଠପଢାରେ ସ୍କୁଲ ଯିବା ଆମେ ହସ ଖୁସିରେ, ପ୍ରବେଶ ଉତ୍ସବ ବିଦ୍ୟାଳୟରେ ପାଳନ ଶିଶୁ ନାମ ଲେଖା ଆମ ଆହ୍ଵାନ,ଶିଶୁ ଅଧିକାର ମୌଳିକ ଶିକ୍ଷା ସବୁ ବିପଦରୁ କରଇ ରକ୍ଷା, ସୁନ୍ଦର ଶିକ୍ଷିତ ସମାଜ ପାଇଁ ନାମଲେଖାଇ ବିଦ୍ୟାଳୟକୁ ଯାଇ,ଶିକ୍ଷା ଅଧିକାର ଆଇନ ପାଇଁ ଅପାଠୁଆ ଆଉ ରହିବେ ନାହିଁ ଆଦି ସଚେତନା ସୃଷ୍ଟି କରାଯାଇଥିଲା, ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ସ୍ୱାଇଁ,ସହ ଶିକ୍ଷୟତ୍ରୀ ଜୟନ୍ତୀ ସ୍ୱାଇଁ,ଅରୁଣ କୁମାର ମଲ୍ଲ, ଚନ୍ଦନ କୁମାର ସାହୁ, ପ୍ରମୋଦ କୁମାର ପରିଡ଼ା, ସାଧୁ ଚରଣ ପଲେଇ, ଅମୀୟ କୁମାର ସ୍ୱାଇଁ,ସୁବାଷ ଚନ୍ଦ୍ର ବାରିକ, ମାତାଜି ସ୍ୱାଇଁ,ଶିକ୍ଷା କର୍ମଚାରୀ କୋଦଣ୍ଡ ଧର ଜେନା, କୋଦଣ୍ଡ ଧର ଵାଉଳ,ଓ ବିଦ୍ୟାଳୟର ସଭାପତି ଶ୍ରୀ ଅଶୋକ କୁମାର ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ,।
ରେଖିଦେଇପୁରୁ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ
|
April 3, 2019 |