କଟକ ସଦର,(ସନ୍ଧାନ ନ୍ୟୁଜ୍) : ରେକୀ ମିଶନ ଓଡ଼ିଶା ଦ୍ଵାରା ଆୟୋଜିତ ଓ ଆରଏମସ୍କୁଲ କୁଳସରିଚୁଆଁ ୪୨ ମୌଜା ଦ୍ଵାରା ପ୍ରାଯୋଜିତ ଓ ଆରଏମସ୍କୁଲ, କୁଳସରିଚୁଆଁ,୪୨ ମୌଜା ଠାରେ ଚାଲିଥିବା ବହୁ ପ୍ରତିଷ୍ଠିତ ରାଜ୍ୟ ସ୍ତରୀୟ ଶିଶୁମେଳା ବା ୧୭ତମ ମହା ଶିଶୁପର୍ବର ଉଦଯାପନୀ ଦିବସ, ପ୍ରାୟେ ୧୨୦ ସ୍କୁଲରୁ ପାଖା ପାଖି ବିଭିନ୍ନ ପ୍ରତିଜୋଗିତା ରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ୬୦ ଜଣ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା,ଏହା ସହ ବିଭିନ୍ନ ସେବା,ସାମାଜିକ କର୍ମୀ, ସମାଜସେବୀ ଓ ୪୨ ମୌଜା ର ବହୁ ମହାନ୍ ବ୍ୟକ୍ତିତ୍ଵଙ୍କୁ ସମ୍ମାନିତ କରାଯାଇଥିଲା ସେମାନଙ୍କ ମଧ୍ୟରେ ୪୨ ମୂଜା ଶାନ୍ତି କମିଟିର ସଭାପତି ଶରତଚନ୍ଦ୍ର ରାୟ,୪୨ ମୌଜା ବିକାଶ ପରିଷଦ ସଭାପତି ଶ୍ରୀଯୁକ୍ତ ସନ୍ତୋଷ ପତି,ସ୍ୱାମୀଜୀ ଯୁବକ ସଂଘ ସଭାପତି ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଭୂୟାଁ,ବ୍ୟାଙ୍କ୍ ବନ୍ଧୁ ଭାବେ ପ୍ରଶାନ୍ତ କୁମାର ସାହୁ,ପ୍ରକୃତି ବନ୍ଧୁ ରୂପେ ନବକିଶୋର ପଣ୍ଡା,ସମାଜସେବୀ ନାରାୟଣ ମହାନ୍ତି ଓ ଗୋ ସୁରକ୍ଷା ବନ୍ଧୁ ରୂପେ ଆଇନଜୀବୀ ସେରେଶ କୁମାର ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଆର୍ ଏମ ସ୍କୁଲ,ସମସ୍ତ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ,ରେକୀ ମିଶନ ସମସ୍ତ ଗୁଋଷେନା,ସକ୍ତିସେନା, ଶିସୁସେନା ଓ ସମସ୍ତ ଅବିଭାବକ ଉପସ୍ଥିତ ଥିଲେ । ସ୍କୁଲ ଅଧକ୍ଷା ଲକ୍ଷ୍ମୀପ୍ରିୟା ଭୋଳଙ୍କ ନିର୍ଦ୍ଦେଶରେ ସମସ୍ତ ଶିକ୍ଷୟତ୍ରୀ ଯଥା ସରସ୍ଵତୀ ମିସ୍,ପ୍ରିୟତମା ମିସ,ସରୋଜିନୀ ମିସ,ମାନସୀ ମିସ୍,ସ୍ୱାଗତିକା ମିସ୍, ପ୍ରିତିଶ୍ରି ମିସ୍,ବର୍ଷା ମିସ,ଅଲିଭା ମିସ ଓ କାଜଲ ମିସ କଜ୍ୟକ୍ରମକୁ ପରିଚାଳନା କରିଥିବା ବେଳେ,ପୂଜ୍ୟ ଗୁରୁଜୀଙ୍କ ଉପସ୍ଥିତିରେ ଓ ସାମ୍ବାଦିକ ତଥା ରେକୀ ମିଶନ ଲୋକ ସମ୍ପର୍କ ଅଧିକାରୀ ଭାରତ ଭୂଷଣ ରାୟ ଓ ବାପି ବରାଳ,ରଶ୍ମି ରଂଜନ ଦାସ, ଆଶିଷ ଠାକୁର ଓ ବିଭୁ ପ୍ରସାଦ ମହାପାତ୍ର କାଯ୍ୟକ୍ରମର ସୁପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଆରଏମସ୍କୁଲ ପିଲାଙ୍କ ସହ,ଓଡ଼ିଶା ର ଅନେକ ଗୁଡ଼ିଏ ନୃତ୍ୟ ଦଳ ସୁନ୍ଦର୍ ସୁନ୍ଦର୍ ନୃତ୍ୟ ପ୍ରଦର୍ଶନ କରି ଲୋକ ମାନଙ୍କୁ ବହୁତ୍ ବନୋରଜନ କରାଇଥିଲେ,ଏହାପରେ ମ୍ୟାଜିକ୍ଷିଆନ ମାଷ୍ଟର ଶ୍ରୀଧର ଉପସ୍ଥିତି ରହି ପିଲାମାନଙ୍କୁ ଅନେକ ମ୍ୟାଜିକ ଦେଖାଇଥିଲେ,ଆଜି ଏହି କାର୍ଯ୍ୟକ୍ରମରେ ପୂର୍ବତନ ନ୍ୟାୟଧିଶ ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି,ପୂର୍ବତନ ରେଜିଷ୍ଟ୍ରାର ଆଇ ଆଇଟି ଡଃ. ଶ୍ରୀଯୁକ୍ତ ବଟକୃଷ୍ଣ ରାୟ,ରେକୀ ମିଶନ ପ୍ରତିଷ୍ଠାତା ପୂଜ୍ୟ ବିଜ୍ଞାନୀ ଗୁରୁ ଶ୍ରୀ ଶ୍ରୀସନ୍ଥ,ବିଶିଷ୍ଟ ଅଭିନେତା ଶ୍ରୀଯୁକ୍ତ ଶ୍ରୀତମ ଦାଶ ପ୍ରମୁଖ ଯୋଗଦାନ କରିଥିଲେ ।
ରେକୀ ମିଶନ ଓଡ଼ିଶା ଓ ଆର ଏମ ସ୍କୁଲ ପକ୍ଷରୁ ଶିଶୁ ମେଳା
|
November 15, 2023 |



