ଯାଜପୁର, ତା ୨୫/୧୧/୨୦୨୨ (ସନ୍ଧାନ ନିଉଜ) : ରିଜର୍ଭ ବ୍ୟାଙ୍କ ସମନ୍ୱିତ ଲୋକପାଳ ଯୋଜନା-୨୦୨୨ ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାରେ ବ୍ୟାଙ୍କ ଗ୍ରାହକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଚ୍ଥି । ବ୍ୟାସନଗର ସ୍ଥିତ ହୋଟେଲ ମିରାବେଲ୍ ପରିସରରେ ଆୟୋଜିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗନଗର ସନ୍ତୋଷ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ବ୍ୟାଙ୍କିଂ ସେକ୍ଟରରେ ବ୍ୟାପକ ପରିବର୍ତ୍ତନ ଘଟିଚ୍ଥି । ବିଭିନ୍ନ ବ୍ୟାଙ୍କ ଏବଂ ଅଣବ୍ୟାଙ୍କିଂ ଆର୍ଥିକ କମ୍ପାନୀର ଗ୍ରାହକ ମାନଙ୍କ ଅଭିଯୋଗ ସମାଧାନ ପାଇଁ ଆର.ବି.ଆଇ. ର ଲୋକପାଳ ଯୋଜନା ଅତ୍ୟନ୍ତ ଉପାଦେୟ ବୋଲି ମତବ୍ୟକ୍ତ କରିଥିଲେ । ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା, ଡିଜିଟାଲ ପେମେଣ୍ଟ ସିଷ୍ଟମ ଏବଂ ସାଇବର ଅପରାଧର ବିପଦକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିବା ସହ ବ୍ୟାଙ୍କ ଗୁଡିକ ସେମାନଙ୍କର ଗ୍ରାହକ ସେବାରେ ଉନ୍ନତି ଆଣିବାକୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଉପସ୍ଥିତ ଅତିଥି ମାନଙ୍କ ମଧ୍ୟରେ ଆର.ବି.ଆଇ. ର ନୋଡାଲ ଅପିଂସର ସନ୍ତୋଷ କୁମାର ମିଶ୍ର ଏହି କର୍ମଶାଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ବ୍ୟାଙ୍କର ଆଭ୍ୟନ୍ତରୀଣ ଅଭିଯୋଗ ସମାଧାନ ପ୍ରଣାଳୀ, ଗ୍ରାହକ ଅଧିକାର ଏବଂ ଆର୍ଥିକ ସ୍ୱାକ୍ଷରତା, ସାଇବର ସୁରକ୍ଷା ଓ ସଚେତନତା ଊପରେ ଆଲୋକପାତ କରିବା ସହ କୈାଣସି ଅସୁବିଧା ସମୟରେ ବ୍ୟାଙ୍କିଂ ଲୋକପାଳ ଟୋଲ ପ୍ରିଂ ନମ୍ୱର ୧୪୪୪୮ ରେ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ । ୟୁନିୟନ ବ୍ୟାଙ୍କର ବ୍ରାଂଚ ମ୍ୟାନେଜର ଯୁଧିଷ୍ଠିର ପରିଡା ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଏଲ୍.ଡି.ଏମ୍. ମନୋଜ କୁମାର ପ୍ରଧାନୀ ଏହି ଶିବିରର ମୈାଳିକ ଆବଶ୍ୟକତା ଓ ସଚେତନତା ଉପରେ ବିବରଣୀ ରଖିଥିଲେ । ବ୍ୟାଙ୍କିଂ ବା ଅଣବ୍ୟାଙ୍କିଂ ସେବା କ୍ଷେତ୍ରରେ ଯଦି କୈାଣସି ସମାଧାନ ୩୦ ଦିନ ମଧ୍ୟରେ ନ ହୁଏ ତେବେ ସଂପୃକ୍ତ ବ୍ୟକ୍ତି ବିଶେଷ ବା ସଂସ୍ଥା ବ୍ୟାଙ୍କ ଲୋକପାଳଙ୍କୁ ଜଣାଇ ପ୍ରତିକାର କରିପାରିବେ । ଯାଜପୁର ରୋଡ ଥାନା ଆଇ.ଆଇ.ସି. ଉପେନ୍ଦ୍ର ପ୍ରଧାନ ପ୍ରତ୍ୟେକ ଥାନାରେ ବ୍ୟାଙ୍କ ଠକେଇ ଜନିତ ଅଭିଯୋଗ ବହୁ ମାତ୍ରାରେ ଆସୁଚ୍ଥି ବୋଲି କହିବା ସହ ଏହାର ନିରାକରଣ ଦିଗରେ ଉଭୟ ବ୍ୟାଙ୍କ ଓ ଗ୍ରାହକ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ । ଅଗ୍ରଣୀ ବ୍ୟାଙ୍କ ସମୁହର ମହା ପ୍ରବନ୍ଧକ ମନୋଜ କୁମାର ପ୍ରଧାନୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏଲଡି.ଏମ୍. କାର୍ଯ୍ୟାଳର ସମର ପାଢୀ ଉକ୍ତ କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ ।
ରିଜର୍ଭ ବ୍ୟାଙ୍କ ସମନ୍ୱିତ ଲୋକପାଳ ଯୋଜନା ସଂପର୍କିତ ସଚେତନତା କର୍ମଶାଳା
|
November 25, 2022 |



