ରାୟଗଡା: ଟ୍ରେନରେ ମହିଳା ବନପାଳ ଲାଞ୍ଚନେଇ ନିଲମ୍ବନ

Spread the love

ରାୟଗଡା,୧୩/୬ (ସନ୍ଧାନ ନିୟୁଜ୍)  ଟ୍ରେନ ରେ ମହିଳା ବନପାଳଙ୍କ ଲାଞ୍ଚନେବା ମହଙ୍ଗା ପଡିଲା ଗତକାଲି ରାୟପୁରରୁ ରାୟଗଡା ଅଭିମୁଖେ ଆସୁଥିବା ଗୋଟିଏ ପାସେଞ୍ଜର ଟ୍ରେନରେ ଜଣେ ମହିଳା କାଠୁରିଆଙ୍କ ଠାରୁ ବନପାଳ ପୋଷାକ ଥିବା ଶ୍ରୀମତୀ ରେବତୀ ପାଣି ମୂଲଚାଲ କରି ୫୦ ଟଙ୍କା ଲାଞ୍ଚ ମାଗିନେବା ପରେ ଫେରେଇବା ଘଟଣାର ଦୁଇଟି ଭିଡିଓ ଚିତ୍ର ସାମାଜିକ ଗଣମାଧ୍ୟମରେ ଘୂରି ବୁଲିବା ପରେ ମହିଳା ବନପାଳ ଶ୍ରୀମତୀ ରେବତୀ ପାଣିଙ୍କୁ ଆଜି ନିଲମ୍ବନ କରାଯାଇଛି। ଶ୍ରୀମତୀ ପାଣି ମୁନିଗୁଡା ବନାଞ୍ଚଳର ଅମ୍ବାଦଳା ଅଞ୍ଚଳ ତାଙ୍କ ଦାୟିତ୍ୱ ଏବଂ ସେ ଅଳ୍ପ କିଛି ଦିନ ହେବ ବନରକ୍ଷୀରୁ ପଦୋନ୍ନତି ହୋଇ ବନପାଳ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ନାମରେ ଆଗରୁ ମଧ୍ୟ ଏପରି ଲାଞ୍ଚ ମାଗିବା ଅଭିଯୋଗ ହୋଇଥିଲା ବୋଲି ସାମାଜିକ ଗଣମାଧ୍ୟମ ଚର୍ଚ୍ଚା ହେଉଛି। ଉକ୍ତ ଭିଡିଓ ଚିତ୍ରରେ ଗୋଟିଏ କାଠୁରିଆଙ୍କ ଠାରୁ ମୂଲଚାଲ କରି ୨୦ ଟଙ୍କା ଦେବା ପରେ ବନପାଳ ଫେରେଇ ଦେଇ ଏତିକି ହେବ ନାହିଁ କହି ୫୦ ଟଙ୍କା ନେଇଛନ୍ତି। ଅନ୍ୟ ଏକ ଭିଡିଓ ଚିତ୍ରରେ କିଛି ସଚେତନ ନାଗରିକଙ୍କ ସହ ଯୁକ୍ତିତର୍କରେ ଶ୍ରୀମତୀ ବନପାଳ କହିଛନ୍ତି ମୁଁ ଟଙ୍କା ମାଗିନାହିଁ ସେ ନିଜେ ଦେଇଛନ୍ତି କହି ଟଙ୍କା ଫେରେଇ ଥିବା ଭିଡିଓରେ ଦେଖିବାକୁ ମିଳୁଛି। ଉକ୍ତ ସମସ୍ତ ଘଟଣା ବିଷମକଟକର ଚାଟିକଣା ଠାରେ ହୋଇଛିଥିବା ଭିଡିଓ ଉତ୍ୱଳନ କରିଥିବା ସଚେତନ ନାଗରିକ କହିଛନ୍ତି ସେ ତାଙ୍କ ନାମ ପ୍ରକାଶ କରିବାକୁ ମନା କରିଛନ୍ତି। ଏହି ଘଟଣାକୁ ବନବିଭାଗ ଅତି ଗୁରୁତର ସହ ଗ୍ରହଣ କରିବା ସହ ମହିଳା ବନପାଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ବୋଲି ରେଞ୍ଜର ଅନୀଲ ରାୟ କହିଛନ୍ତି।

Report by Nilamadhab Sabar 

Related Posts

About The Author

Add Comment