ଭୁବନେଶ୍ୱର,ଯାଜପୁର ୨୪/୨ (ସନ୍ଧନ ନିୟୁଜ) ଦୀର୍ଘ ଦେଢ଼ ବର୍ଷ ତଳୁ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ରାୟଗଡା ପୋଲିସ ଦ୍ୱାରା ଗିରଫ ହୋଇ ଗୁଣୁପୁର ଜେଲରେ କାରାଦଣ୍ଡ ଭୋଗୁଥିବା ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ପଟୁଣିଆ ପଂଚାୟତ ରାଧାଦେଇପୁର ଗ୍ରାମର ମଧୁସୁଦନ ଗନ୍ତାୟତ ଓରଫ ବଗ(୫୨)ଙ୍କର ଗତକାଲି ରାତିରେ ଜେଲ ହାଜତରେ ମୃତ୍ୟୁ ଘଟିଛି । ରାୟଗଡା ପୋଲିସ ପକ୍ଷରୁ ଗତକାଲି ରାତିରେ ପରିବାରବର୍ଗଙ୍କୁ ଖବର ଦେଇଥିଲେ । ସେ ଖାଇବା ସମୟରେ ହୃଦଘାତ ଜନତି କାରଣ ପାଇଁ ମୃତୁ୍ୟ ବରଣ କରିଥିବା ପରିବାର ବର୍ଗଙ୍କୁ କୁହାଯାଇଥିଲା । ହେଲେ ପରିବାର ପକ୍ଷରୁ ତାଙ୍କର କେବେ ହୃଦଘାତ ହୋଇନଥିବା ଏବଂ ସେ ଦୃବର୍ଳ ମାନସିକତାର ବ୍ୟକ୍ତି ନଥିବା କହିବା ସହିତ ତାଙ୍କୁ ସେଠାରେ କୌଣସି କାରଣରୁ ହତ୍ୟା କରାଯାଇଥିବା ଅଭିଯୋଗ କରଛନ୍ତି । ଆଜି ପରିବାର ବର୍ଗଙ୍କୁ ଶବ ବ୍ୟବଚ୍ଛେଦ କରାଯାଇ ଶବ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି । ତେବେ ଯଦି ହୃଦଘାତ ହୋଇଥିଲା ତାଙ୍କୁ ସଙ୍ଗେସଙ୍ଗେ ମେଡିକାଲକୁ କଣ ପାଇଁ ନିଆଯାଇନଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ରିପୋର୍ଟ ଲେଖା ହେବା ବେଳେକୁ ପରିବାର ବର୍ଗ ଶବ ଧରି ଫେରୁଥିବା ପ୍ରକାଶ କରିବା ସହିତ ଗ୍ରାମକୁ ପେରିବା ପରେ ସବିଶେଷ ତଥ୍ୟ ମିଳିପାରିବ ବୋଲି କୁହାଯାଇଛି । ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଅପର ପକ୍ଷରେ ରାୟଗଡା ପୋଲିସ ବିଭାଗକୁ ଯୋଗଯୋଗ କରିବାକୁ ପ୍ରଚେଷ୍ଟା କରାଯାଇଥିଲେ ସୁଧା ସମ୍ଭବ ହୋଇନାହିଁ।
ରାୟଗଡା ଗୁଣୁପୁର ଜେଲରେ ଧର୍ମଶାଳାର କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ
|
February 24, 2019 |