ରାହାଡ଼ପୁର ପଥରଚୋରରେ ପ୍ରଶାସନର ପ୍ରହାର: ରାସ୍ତା ସିଲ କଲେ ଧର୍ମଶାଳା ତହସିଲଦାର

Spread the love

ଜେନାପୁର, ୨୦/୨/୨୦ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) : ଧର୍ମଶାଳା ତହସିଲ ଅଧିନ ରାହାଡପୁର କଳାପଥର ଖାଦାନରୁ ପଥର ଚୋରି ହେଉଥିବା ଖବର ପାଇ ଆଜି ଧର୍ମଶାଳା ତହସିଲଦାର ପୁର୍ବରୁ ପ୍ରସାନ ଯାରି କରିଥିବା ୧୪୪ଧାର ଏରିଆରେ ବୁଲି ପୁନଃର୍ବାର ଚୋରି ଯାଉଥିବା ଦେଖିବା ସହିତ ରସ୍ତା ସିଲ କରିଛନ୍ତି । ପୁର୍ବରୁ ପଥର ମାଫିଆ ପ୍ରଶାସନ ଖୋଳିଥିବା ଖାତକୁ ପୋତି ବାଇପାଶ ରାସ୍ତା ନିର୍ମାଣ କରପଥର ଚାଲାଣ କରୁଥିଲେ । ଏ ସମ୍ବନ୍ଧରେ ଖରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ତତପରତା ପ୍ରକାଶ କରି ଦୁଇ ଦିନର ଅନ୍ତରାଳରେ ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ଦଳ ଆସି ଏହି ଚୋରିପଥକୁ ପୁନଃର୍ବାର ଖାତ ଖୋଳି ପାହାଡରୁ ବିଛିନ୍ନ କରିଛନ୍ତି । ଏହି ପାହାଡର ୯ନଂ ଓ ୩ନଂ ସୈରାତ ଲିଜ ହୋଇନାହିଁ । ଏହି ସୈରାତରେ ରାହାଡପୁର ପାହାଡର ସର୍ବାଧିକ ଖାଦାନ ରହିଛି । ବେଆଇନ ଭାବରେ ଚୋରାରେ କିଛି ଦିନଧରି ଖାଦାନ ଗୁଡିକ ଚାଲୁଥିବାର ଖବର ପାଇ ଜିଲା ପ୍ରଶାସନ ଏହି ଖାଦାନ ଗୁଡିକରୁ ଜେସିବି ମେସିନରେ ରାସ୍ତା ସହ ବିଛିନ୍ନ କରିଥିଲେ । ଏଠାରେ ଧାରା ୧୪୪ଧାରା ଜାରି କରି ସବୁଦିନ ପାଇଁ ଯେପରି ମାଫିଆ ପାହାଡରେ ପ୍ରବେଶ କରିବେ ନାହିଁ ସେଥିପାଇଁ ରାସ୍ତାକୁ ଟ୍ରେଞ୍ଜ ଖୋଳିଥିଲେ । ଦିନ କିଛିର ଅନ୍ତରରେ ପଥର ମାଫିଆ କିଛିଦିନ ପରେ ତହସିଲଦାରଙ୍କ ଅଗୋଚରରେ ଖାତପୋତି ରାସ୍ତା କରି ପଥର ଉଠାଉଥିଲେ । ଫଳରେ ପାଇକରାପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭିତର ଦେଇ ପଥର ବୋଝେଇ ହାଇୱା ଗୁଡିକ ଯାତାୟତ କରୁଥିଲେ । ତହସିଲଦାର ପଣ୍ଡା ସମୋୟଚିତ ପଦକ୍ଷେପ ନେଇ ଏହି ପଥର ଚୋରିକୁ ରୋକିବାକୁ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ ପଥର ମାଫିଆଙ୍କ ମନରେ ପୁନଃର୍ବାର ପ୍ରଶାସନ ପ୍ରତି ଭୟ ସଂଚାର ହୋଇପାରିଛି । ଏ ସମ୍ପର୍କରେ ଧର୍ମଶାଳା ତହସିଲଦାରଙ୍କୁ ପଚାରିବାରେ ସେ କହନ୍ତି ପଥର ଚୋରି ଆଉ ଅଳ୍ପ ଦିନ ଭିତରେ ଏହା ସମ୍ପୁର୍ଣ୍ଣ ବନ୍ଦ ହୋଇଯିବ । ଆପଣମାନେ ଅପେକ୍ଷା କରନ୍ତୁ ଜାଣି ପାରିବେ । ମାଫିଆଙ୍କ ବିରୁଦ୍ଧରେ ସଠିକ ପ୍ରମାଣ ମିଳୁନଥିବାରୁ ସେମାନେ ବର୍ତ୍ତୀ ଯାଉଥିବା କହିଥିଲେ । ଆଗାମୀ ଦିନରେ ଏମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Related Posts

About The Author

Add Comment