ରାହାଞ୍ଜ ଟ୍ରକ୍ ଦୁର୍ଘଟଣାକୁ ବର୍ଷେ ପୂରିବ: ଇଛାମୃତ୍ୟୁ କାମନା କଲେ ରାଣୀତାଲ ହାଇସ୍କୁଲର ଗୁରୁତର ଛାତ୍ରୀ ଶୀତଲ

Spread the love
ଭଦ୍ରକ,୨୦/୬ (ସନ୍ଧାନ ନିୟୁଜ) ଇତିମଧ୍ୟରେ ଭଦ୍ରକ ୧୬ ନଂ ଜାତୀୟ ରାଜପଥ ରାହାଞ୍ଜ ନିକଟରେ ହୋଇଥିବା ସଡକ ଦୁର୍ଘଟଣାକୁ ପ୍ରାୟ ବର୍ଷେ ପୂରିବାକୁ ଯାଉଛି । ଏହି ମର୍ମନ୍ତୁଦ ଟ୍ରକ୍ ଦୁର୍ଘଟଣାରେ ବେପରୁଆ ଟ୍ରକ୍ ଚାଳକର ଦାୟିତ୍ୱ ହୀନ ଗାଡିଚାଳନା ଯୋଗୁଁ ସ୍ଥାନୀୟ ରାଣୀତାଲ ସ୍କୁଲରୁ ଫେରୁଥିବା ୭ମ ରୁ ୯ମ ଶ୍ରେଣୀର ଚାରିଜଣ ଛାତ୍ରୀ ଓ ଜଣେ ଛାତ୍ରର ଅକାଳ ମୃତୁ୍ୟ ଘଟିଥିଲା । ତେବେ ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ପ୍ରତି ମୁହୂର୍ତ୍ତରେ  ଯନ୍ତ୍ରଣା ସହିନପାରି ଇଛାମୃତ୍ୟୁ ଚାହୁଁଥିବା ଜଣେ କୋମଳମତି ଛାତ୍ରୀର ଉଦ୍ବେଗ ଜନକ ଅବସ୍ଥା ପ୍ରତି ସେତେବେଳେ ସମସ୍ତ ଚିକିସôା ଖର୍ଚ୍ଚ ବହନ କରିବ ବୋଲି ଘୋଷଣା କରିଥିବା ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଆଖି ବୁଜିଦେଇଥିବାର ଜଣାପଡିଛି । ଏଭଳି ଏକ ମର୍ମନ୍ତୁଦ ଘଟଣା ଘଟିଥିଲା ସେଦିନର ସେହି ଅଶୁଭ ଜୁଲାଇ ୧୯ ତାରିଖ ୨୦୧୮ ମସିହା ଅପରାହ୍ନରେ । ସ୍ଥାନୀୟ ସ୍କୁଲର ଛୁଟି ପରେ ପାଖ ରାହାଞ୍ଜ ଗ୍ରାମର ଛାତ୍ରଛାତ୍ରୀମାନେ ସାଇକେଲ୍ ଯୋଗେ ଗ୍ରାମ ନିକଟ ରାସ୍ତା ଅତିକ୍ରମ କରୁଥିବାବେଳେ ଦାନବ ଭଳି ତାଙ୍କ ଉପରେ ମାଡିଯାଇଥିଲା ଟ୍ରକ୍ଟିଏ । ଏହି ଦୁର୍ଘଟଣାରେ ୫ ଜଣ ଛାତ୍ରଛାତ୍ରୀ ମୃତୁ୍ୟ କରିବା ମଧ୍ୟରେ ରାହାଞ୍ଜ ଗ୍ରାମର ବୁରା ବ୍ୟବସାୟୀ ସୁବାଷ ସାହୁଙ୍କ ୯ମ ଶ୍ରେଣୀର ପଢୁଥିବା ବଡଝିଅ ଶ୍ୱେତାର ମଧ୍ୟ ମୃତୁ୍ୟ ଘଟିଥିଲା । ତେବେ ସାନଝିଅ ଶୀତଲ ଗୁରୁତର ଭାବେ ଆହତ ହୋଇଥିଲା । ତାର ଦୁଇଗୋଡ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ସେତେବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୁବାଷଙ୍କୁ ଦୁଇଲକ୍ଷ  ଓ ମୁଖ୍ୟମନ୍ତ୍ରୀଙ୍କ  ପକ୍ଷରୁ ଦୁଇଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା । ଯାହା ଶୀତଲର ଚିକିସôା ଦିଗରେ ସମ୍ରୁଦକୁ ଶଙ୍ଖେ । ଇତିମଧ୍ୟରେ ଶୀତଲର ଚିକିସôାରେ ପ୍ରଥମେ ଭଦ୍ରକ ଓ ପରେ କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ ସମେତ ବିଭିନ୍ନ ଘରୋଇ ଡାକ୍ତରଖାନାରେ ଦୀର୍ଘଦିନର ଚିକିସôା ମଧ୍ୟରେ ପିତା ସୁବାଷ ୧୫ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କଲେଣି । ମାତ୍ର ଅବସ୍ଥା ସୁଧୁରିବା ପରିବର୍ତ୍ତେ ଅଧିକ ଜଟିଳ ହେବାରେ ଲାଗିଛି । ଶୀତଲର ଗୋଟିଏ ଗୋଡ ଏବେ ପଚିଯାଇ କଟାଯିବା ପରିସ୍ଥିତିକୁ ଆସିଗଲାଣି । ଗଭୀର ଯନ୍ତ୍ରଣା ଆଉ ସହିପାରୁନି ସେ । ସୁବାଷଙ୍କର ଛଅକନ୍ୟାଙ୍କ ମଧ୍ୟରୁ ଜଣେ ମୃତୁ୍ୟବରଣ କରିଥିବାବେଳେ ଶୀତଲକୁ ମିଶାଇ ପାଞ୍ଚଜଣ ଅଛନ୍ତି । ଏପରି ସ୍ଥଳେ ଶୀତଲର ଚିକିସôା ଖର୍ଚ୍ଚ ତାଙ୍କ ପାଇଁ ବ୍ୟୟବହୁଳ ହୋଇପଡିଛି । ଅନୁରୂପ ଶୀତଲ ମଧ୍ୟ ନିଜ ପିତାଙ୍କ ଅବସ୍ଥା ଓ ଦୁଇଗୋଡର ଯନ୍ତ୍ରଣା ସହିନପାରି ଏବେ ବାରମ୍ବାର ନିଜ ପରିବାର ଲୋକଙ୍କ ଆଗରେ ବିକଳ ହୋଇ ଇଚ୍ଛାମୃତୁ୍ୟ କାମନା କରିଛି ଏବେ ।  ଏଣୁ  ଜିଲା ପ୍ରଶାସନ ଓ ସେତେବେଳେ ଗୁରୁତର ଆହତ ଛାତ୍ରଛାତ୍ରୀଙ୍କ ସମସ୍ତ ଚିକିସôା ଖର୍ଚ୍ଚ ବହନ କରିବା ପାଇଁ ଘୋଷଣା କରିଥିବା ରାଜ୍ୟ ସରକାର  ଏ ଦିଗରେ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି ।

Related Posts

About The Author

Add Comment