ସୁନ୍ଦରଗଡ ୧୬/୩/୨୦୨୪.( ସନ୍ଧାନ ନିୟୁଜ/ ଦୁର୍ଯ୍ୟୋଧନ ଗରଡ଼ିଆ )କେନ୍ଦ୍ର ସରକାର ଦେଶ ର ସମସ୍ତ ଅଞ୍ଚଳ ଗାଁ ଗଣ୍ଡା କୁ ପକ୍କା ରାସ୍ତା ଦେଉଥିବା ବେଳେ କେତେକ ରାସ୍ତା ପୋଲ ଧସି ଯାଇ ଶଙ୍କଟ ପୁର୍ଣ ହିସାବ ରେ ରହିଛି l ବାରମ୍ବାର ପ୍ରଶାସନ କୁ ଦରଖାସ୍ତ କରିଲା ପରେ ମଧ୍ୟ କେହି ଏ ଜାଗା ଗୁଡିକ ରେ ନଜର ପଡ଼ୁ ନ ଥିବା ଜନ ସାଧାରଣ ରେ ଚର୍ଚ୍ଚl ର ବିଷୟ ପାଲଟିଛି l ବାଲିଶଙ୍କରା ବ୍ଲକ ଶାଗବାହାଲ ଗ୍ରାମ ପଂଚାୟତ ର କୁଲହେନତୁପା ଗ୍ରାମ କୁ ଯାଇ ଥିବା ପକ୍କା ରାସ୍ତା କଥା l ଆଜକୁ ପ୍ରାୟ ଦେଢ଼ ବର୍ଷ ହେବ ରାସ୍ତା ଓ ପୋଲ ଟି ଭାଙ୍ଗି ପଡିଛି l ରାସ୍ତା ର ଉପର ପାଖ ଭଲ ଥିଲେ କଣ ହେବ ରାସ୍ତା ର ତଳ ପାଖ ର ମାଟି କୁ ପାଣି ଖାଇଯାଇ ତଳ ପାଖଟି ଟି ପୁରା ଖୋଲ ଭଳିଆ ହୋଇଯାଇଥବା ଦେଖିବାକୁ ମିଳିଛି l ଯଦି ଏହି ବାଟ ଦେଇ କୌଣସି ଚାରି ଚକିଆ ଯାନ ଯାଏ ତା ହେଲେ ଦୁର୍ଘଟଣା ସୁନିଶ୍ଚିତ ହେବl ର ସମ୍ଭାବନା ରହିଛି l ଏ ପ୍ରକାର ଦୁର୍ଘଟଣା ହେବା ରାସ୍ତା କୁ ପ୍ରଶାସନ ର ନଜର ପଡ଼ୁ ନାହିଁ l ସରକାର ନିର୍ବାଚନ ପାଖେଇ ଆସୁଥିବା ବେଳେ ଅନେକ ବିଭାଗକୁ ଟଙ୍କା ଦେଇ ମତାଉଥିବା ବେଳେ ସାଧାରଣ ଜନସାଧାରଣଙ୍କ ଦୁଃଖ ବୁଝିବ କିଏ?
ରାସ୍ତା ପୋଲ ଧସି ଯାଇ ଶଙ୍କଟ ପୁର୍ଣ ହିସାବ ରେ ରହିଛି
|
March 16, 2024 |