କଟକ ୦୧/୦୯/୨୦୧୧ (ସନ୍ଧାନ ନିଉଜ) କଟକ ଓ ଜଗସିଂହପୁର ଜିଲ୍ଲା ଅନ୍ତର୍ଗତ ରାସ୍ତା ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗ ଯୋଜନା ଅନୁସାରେ ପ୍ରସ୍ତାବିତ ପ୍ରକଳ୍ପ ଜଗତସିଂହପୁର ଗାନ୍ଧୀ ଛକରୁ ଭାୟା ରଘୁନାଥପୁର ଏବଂ ଶିର୍ଲୋ ନୁଆଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଅନୁମୋଦିତ ହୋଇଥିଲା । ବର୍ତ୍ତମାନ ଦେଖିବାକୁ ମିଳୁଛି ପ୍ରଥମ ପର୍ଯ୍ୟାୟରେ ସିର୍ଲୋ ମହାନଦୀ ବନ୍ଧ ଠାରୁ ରଘନାଥପୁର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ହୋଇଥିବା ରାସ୍ତା କାମ ନିର୍ମାଣର ବର୍ଷେ ନପୁରୁଣୁ କେଉଁଠି ପିଚୁ ଉଠିଲାଣି ତ କେଉଁଠି ଢଳେଇ ଉପୁଡି ଗଲାଣି,କେଉଁଠି ରାସ୍ତା ଉପରେ ଖାଲ ତ କେଉଁଠାରେ ମାଟି ଧସି ଗଲାଣି ଆଗକୁ ଏହି ରାସ୍ତା ବ୍ୟବହାର ଉପଯୋଗୀ ହେବା ବିପଦ ଜନକ ହେବାର ସମ୍ଭାବନା ରହିଛି ।
କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ରାସ୍ତା କାର୍ଯ୍ୟରେ ହୋଇଥିବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିବା ସହ ଜନସାଧାରଣ ଙ୍କ ସୁବିଧା ପାଇଁ ତୁରନ୍ତ ରାସ୍ତା ପୁନଃ ନିର୍ମାଣ କରାଯିବାକୁ ବିଭାଗୀୟ କତୃପକ୍ଷ ଙ୍କ ନିକଟରେ ଦାବି କରିଛନ୍ତି ।



