ରାସ୍ତା ତଳକୁ ଖସିଲା ବସ, ୩୫ ଆହତ

Spread the love

ରାଇରଙ୍ଗପୁର, ୧୦ /୧୨/୨୦୨୦ (ସନ୍ଧାନ ନିଉଜ) ମୟୁରଭଞ୍ଜ ଜିଲ୍ଲା state highway ରାଇରଙ୍ଗପୁର ରୁ ଆପୁ ନାମକ ଯାତ୍ରୀବାହୀ ବସ୍ 50/55 ଜଣ ଯାତ୍ରୀଙ୍କୁ ନେଇ ଉଦଳା ଅଭିମୁଖେ ଯାଉଥିବା ସମୟରେ ବୋଡ଼ାମ ତଳିଆ ଥାନା ଅନ୍ତର୍ଗତ ହାତିବାରି ନିକଟରେ ଭାରସାମ୍ୟ ହରେଇ ରାସ୍ତା ତଳକୁ ଅଲୋଟି ପଡିବାରୁ 30ରୁ 35 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଖବର ପାଇଁ ବୋଦାମ ତଳିଆ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ପ୍ରାଥମିକ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠେଇଛନ୍ତି ।ତେବେ ଜଣେ 13 ବର୍ଷୀୟ ଯୁବତୀଙ୍କ ଅବସ୍ଥା ଗୁରୁତର ହେବାରୁ ବାରିପଦା PRM ମେଡିକାଲ କୁ ସ୍ଥାନାତରିତକରିଛନ୍ତି । ବୋଦାମ ତଳିଆ ପୋଲିସ ଘଟଣାର ତଦନ୍ତ ଚଳେଇଛି । ତଦନ୍ତ ପରେ ଜଣାପଡିବ ବଲି ପୋଲିସ କହିଛନ୍ତି ।

REPORT- LINGRAJ PANDA AND PARESH SARANGI

Related Posts

About The Author

Add Comment