ରାସ୍ତା କଡରେ ଚାଲିଛି ବିଷାକ୍ତ ପାଉଁଶ ର କଳା ବଜାରି। ପ୍ରଶାସନ ର ନାହିଁ କାର୍ଯ୍ୟାନୁଷ୍ଠାନ।

Spread the love

କଳିଙ୍ଗନଗର/(ସନ୍ଧାନ ନ୍ୟୁଜ) ୩୧/୧୨ – କଳିଙ୍ଗନଗର ପ୍ରଦୂଷଣ ବିଷଜ୍ୱାଳାରେ ସ୍ଥାନୀୟ ବାସିନ୍ଦା ବହୁ ମାତ୍ରାରେ ପ୍ରଭାବିତ ହେଉଥିବା ବେଳେ ଦିନକୁ ଦିନ ଏହା ବୃଦ୍ଧି ପାଇବାରେ ଲାଗିଛି। ପ୍ରଶାସନ ପକ୍ଷରୁ ଏହା ଉପରେ ରୋକ ଲଗାଇବା ଭଳି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁନାହିଁ। କଳିଙ୍ଗନଗର ରେ ବହୁ ଗୁଡିଏ ଶିଳ୍ପ ଗଢି ଉଠିବା ଯୋଗୁଁ ଏହାର ପ୍ରଦୂଷଣ କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସେପରି କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଯୋଗୁଁ ଏବେ ଏହା କାରଖାନା ବାହାରେ ଦେଖିବାକୁ ମିଳୁଛି। କାରଖାନା ମାନଙ୍କରୁ ବାହାରୁଥିବା ବର୍ଜ୍ୟବସ୍ତୁ (ପାଉଁଶ) ସବୁକୁ ମନଇଚ୍ଛା ଯିଏ ଯେଉଁଠି ଚାହିଁଲା ଠୁଳ କରି ଉଚ୍ଚା ଦରରେ ବିକ୍ରୀ କରୁଛନ୍ତି। ଯାହାଫଳରେ ବାୟୁପ୍ରଦୂଷଣ ଫଳରେ ଆଖପାଖ ଅଞ୍ଚଳ ଦୂଷିତ ହେଇ ବିଭିନ୍ନ ପ୍ରକାରର ଚର୍ମରୋଗ ଶହ ମାରାତ୍ମକ କିଡିନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଥିବାର ଦେଖିବାକୁ ମିଳେ। କାରଖାନା ରୁ ନିର୍ଗତ ଧୁଳିଧୁଆଁ ଯୋଗୁଁ ମାତ୍ରାଧିକ ଜଳ ଓ ବାୟୁ ପ୍ରଦୂଷଣ ହେବା ଫଳରେ କିଡ଼ିନି, ଯକ୍ଷ୍ମା , ଜଣ୍ଡିସ ଜନିତ ରୋଗ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରଶାସନ ଏହି ସବୁ ରୋଗୀ ମାନଙ୍କ ହିସାବ ରଖୁଥିବା ବେଳେ ଏହାର ସମାଧାନ ବାଟ ବାହାର କରିପାରୁନାହିଁ।

ପଙ୍କପାଳ ବଙ୍ଗଳା ଛକରେ ଥିବା ଜେସିଡିଏଲ କାର୍ଯ୍ୟାଳୟ ପଛପଟେ ଥିବା ପଡିଆ ରେ ପ୍ରତିଦିନ ଶହ ଶହ ଟ୍ରିପ ବିଷାକ୍ତ ପାଉଁଶ ଖାଲି କରାଯାଇ ପୁନର୍ବାର ତାହାକୁ ବଡ ବଡ ଗାଡିରେ ଜିଲ୍ଲା ତଥା ରାଜ୍ୟ ବାହାରକୁ ପଠାଯାଇଛି। ଏହିସବୁ ବିଷାକ୍ତ ପାଉଁଶ ସରକାରୀ ଜମି ରେ ରଖୁଥିବାବେଳେ ଯାତାୟତ ପାଇଁ ସାଧାରଣ ଜନଜୀବନ ପ୍ରଭାବିତ ହେଉଛନ୍ତି। ବିନା କୌଣସି ସରକାରୀ କାଗଜ ପତ୍ର ରେ ଶହ ଶହ ଟ୍ରିପ ପାଉଁଶ କିପରି କାରଖାନା ରୁ ଉଠାଯାଉଛି ତାହା ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କିଛି ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ପାଇଁ ସାଧାରଣ ଜନଜୀବନ ପ୍ରଭାବିତ ହେଉଥିବା ବେଳେ ପ୍ରଶାସନ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଯାହାଫଳରେ ଏବେ ଏହା ପଙ୍କପାଳ ବଙ୍ଗଳା ଅଞ୍ଚଳର ରାସ୍ତା କଡରେ ଥିବା ସରକାରୀ ଜମି ଉପରେ କବଜା କରି ବିଷାକ୍ତ ପାଉଁଶ ର କଳାବଜାରୀ ଚଲାଇଛନ୍ତି। ନିଜକୁ ପ୍ରଭାବଶାଳୀ ବ୍ୟକ୍ତି ର ପରିଚୟ ଦେଇ ଓ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଏହି ବିପଦଜନକ କାର୍ଯ୍ୟ କରିପାରୁଛନ୍ତି। ଦିନ ଦ୍ବିପହରରେ ସରକାରୀ ଜମି ରେ କାର୍ଯ୍ୟାଳୟ କରି ବିଷାକ୍ତ ପାଉଁଶ କଳାବଜାରୀ ଚଳାଇଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସ୍ଥାନୀୟ ଲୋକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି

Related Posts

About The Author

Add Comment