କଟକ,୧୪/୦୪ (ସନ୍ଧାନ ନିୟୁଜ) ରାଜ୍ୟରେ କରୋନା ଲକ୍ଡାଉନ୍ ଚାଲିଥିବା ବେଳେ କମିଶରନେଟ୍ ପୁଲିସ ରାସ୍ତା କଡରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରି କଟକ ଡିସିପି ପିଲାଟିକୁ ଶିଶୁ ଭବନରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । କଟକର ସିଡିଏ ସେକ୍ଟର ୮ ରାସ୍ତା କଡ଼ରୁ ଏହି ନବଜାତକୁ ଉଦ୍ଧାର କରାଯାଇଛି । ଶିଶୁଟିର ଅବସ୍ଥା ସ୍ଥିର ଥିବାବେଳେ ଶିଶୁଟିକୁ କିଏ ଏଭଳି ଅବସ୍ଥାରେ ଛାଡି ଚାଲିଯାଇଥିଲା ଏବେ ତାହାର ଖୋଳତାଡ଼ କରିଛି ପୁଲିସ । ଘଟରାରୁ ପ୍ରକାଶ ମର୍କତ ନଗର ପୁଲିସ ପକ୍ଷରୁ ସିଡିଏ ଅଂଚଳରେ ପ୍ୟାଟ୍ରୋଲିଙ୍ଗ କରାଯାଉଥିବାବେଳେ ସେକ୍ଟର ୮ ରିଙ୍ଗରୋଡ଼ରେ ଏକ କନ୍ୟା ସନ୍ତାନକୁ କେହି ଅବହେଳିତ ଅବସ୍ଥାରେ ଛାଡି ଚାଲିଯାଇଥିବାର ପୁଲିସ କର୍ମୀମାନେ ଦେଖିଥିଲେ । ପୁଲିସ କର୍ମଚାରୀମାନେ ନବଜାତକୁ ଉଦ୍ଧାର କରି ତୁରନ୍ତ ଶିଶୁଭବନରେ ଭର୍ତ୍ତି କରିଥିଲେ ।ସରଦାର ବହ୍ଲଭ ଭାଇ ପଟେଳ ଶିଶୁଭବନର ଡାକ୍ତରମାନେ ନବଜାତର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବାବେଳେ ସେ ସୁସ୍ଥ ଥିବାର ଜଣାପଡିଛି । ତେବେ ଲକଡାଉନକୁ ନେଇ ଏବେ ସହରରେ କଟକଣା ଥିବାବେଳେ କିଏ ଏହି ଶିଶୁଟିକୁ ରାସ୍ତା କଡରେ ଛାଡି ଚାଲିଯାଇଛନ୍ତି ତାହା ବାବଦରେ ଏବେ ପୁଲିସର ଖୋଳତାଡ଼ ଜାରି ରହିଛି |
ରାସ୍ତା କଡରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର
|
April 14, 2020 |