ରାସ୍ତାରେ ଓଲଟିଲା କପା ବୋଝେଇ ଟ୍ରାକ୍ଟର, ୨ ମୃତ

Spread the love

ରାୟଗଡ଼ା , 13.01.2021 (ସନ୍ଧାନ ନିଉଜ୍):-  ଭାରସାମ୍ୟ ହରାଇ ଓଲଟିଲା କପା ବୋଝେଇ ଟ୍ରାକ୍ଟର । ଦୁର୍ଘଟଣାରେ ଡ୍ରାଇଭର ସମେତ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏପରି ଦୁର୍ଘଟଣାରେ ୨ଜଣ ଆହତ ହୋଇଥିବା ମଧ୍ୟ ଜଣାପଡିଛି । ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଚିକିତ୍ସା ଜାରି ରହିଛି । ଖବର ଅନୁଯାୟୀ, ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା କ୍ରିକାଲୁପାଡୁ ଗାଁ ନିକଟରେ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଟ୍ରାକ୍ଟରଟି ମାଝିଗୁଡା ଗାଁରୁ ବେଲକଣା ଗାଁକୁ ଯାଉଥିଲା । କିନ୍ତୁ ଅଧାରାସ୍ତାରେ ମାତ୍ରାଧିକ ଲୋଡ଼ ଯୋଗୁଁ ଟ୍ରାକ୍ଟରଟି ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣା ଲାଗି ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳା ଶ୍ରମିକ ଜଣଙ୍କୁ ଗୁରୁତର ହୋଇଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା , କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଏପରିକି ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି ଦୁର୍ଘଟମଆରେ ଅନ୍ଯ ଦୁଇ ଜଣ ମହିଳା ଶ୍ରମିକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ମଧ୍ୟ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

Related Posts

About The Author

Add Comment