ରାସ୍ତାକଡରେ ଓଲଟିଲା କାର୍ 5 ଗୁରୁତର

Spread the love

ବାରିପଦା,20.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଭାରସାମ୍ୟ ହରାଇ ଡ୍ରାଇଭର ଗଛକୁ ଧକ୍କା ଦେବାରୁ ରାସ୍ତା ଉପରେ ଓଲଟିଲା କାର। କାରରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୨ଗୁରୁତ୍ତର ୪ ଆହତ। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା -ଜଳେଶ୍ବର ମୁଖ୍ୟରାସ୍ତାର ବାଘୁଆଶୋଳ ଠାରେ। ଖବରପାଇ ବାରିପଦା ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲ ପଠାଇଥିଲେ। ତେବେ କାରଟି ପୋଡ଼ଶୀ ପଶ୍ଚିମବଙ୍ଗରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ବାଘୁଆଶୋଳ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କାରରେ ଡ୍ରାଇଭର ସହ ଛଅ ଜଣ ଥିଲେ ବୋଲି ଜଣାପଡିଛି । ତେବେ ଦୁର୍ଘଟଣାଗ୍ରସ୍ତ କାର ନମ୍ବର WB 06 E 9969 । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି ଯେ ୨ ଜଣ ମହିଳା, ଗୋଟିଏ ଛୋଟ ପିଲା ଓ ତିନି ଜଣ ପୁରୁଷ ଥିଲେ । ତେବେ ନିଚୁଆପଦା ଠାରୁ ପ୍ରନ୍ସି୍ କଲେଜ ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ ହୋଇ ପଡିଥିବାରୁ ପ୍ରାୟତଃ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ମାତ୍ର ସବୁଜାଣି  ଚୁପ ବସିଛି ପୂର୍ତ୍ତି ବିଭାଗ  । ଅନ୍ୟପଟେ ଏହି ମୁଖ୍ୟରାସ୍ତାରେ  ଜିଲ୍ଲାର ନେତା ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଯିବା ଆସିବା କରୁଛନ୍ତି ହେଲେ ମରାମତି ପାଇଁ କାହାର ଦୃଷ୍ଟି ପଡୁନଥିବାରୁ  ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ତେବେ ଯଥାଶୀଘ୍ର ରାସ୍ତା ମରାମତି କରାଗଲେ ଦୁର୍ଘଟଣା ରୋକାଯାଇ ଅନେକ ଧନଜୀବନ ସୁରକ୍ଷିତ କରିବା ସମ୍ଭବ ବୋଲି ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ ।

Related Posts

About The Author

Add Comment